Thursday 31 August 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୫୦   ତା-୩୧ ଅଗଷ୍ଟ ୨୦୧୭

ପ୍ରଶ୍ନ-
୧-କାଶୀନଗର ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବର୍ତ୍ତମାନ ଓଡିଶାର ପୋଲିସ ମହାନିର୍ଦ୍ଦେଶକ କିଏ ଅଛନ୍ତି?
୩-ପ୍ରସିଦ୍ଧ ବଳଦେବଜୀଙ୍କ ମନ୍ଦିର କେଉଁଠାରେ ଅଛି ?
୪-ଜଉକାମ ହସ୍ତଶିଳ୍ପ ଦ୍ରବ୍ୟ ପାଇଁ କେଉଁ ସ୍ଥାନ ପରିଚିତ?
୫-ଉତ୍କଳଗାଥା ସହିତ୍ୟକୃତୀ କେଉଁ ସାହିତ୍ୟିକଙ୍କ ଅଟେ?

ଉତ୍ତର-
୧-ଗଜପତି
୨-ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା
୩-କେନ୍ଦ୍ରାପଡା
୪-ନବରଙ୍ଗପୁର
୫-ମଧୁସୂଦନ ରାଓ

Wednesday 30 August 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୪୯  ତା-୩୦ ଅଗଷ୍ଟ ୨୦୧୭

ପ୍ରଶ୍ନ-
୧-ବୁଗୁଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ପ୍ରସିଦ୍ଧ ନୃସିଂହନାଥ ମନ୍ଦିର କେଉଁ ଜିଲ୍ଲାରେ ଅଛି ?
୩-ବର୍ତ୍ତମାନ ଓଡିଶାର ରାଜସ୍ବ ମନ୍ତ୍ରୀ କିଏ ଅଛନ୍ତି ?
୪-"ବିଦଗ୍ଧ ଚିନ୍ତାମଣି " କିଏ ରଚନା କରିଛନ୍ତି ?
୫-ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଥିବା ପ୍ରଥମ ଓଡିଆ କିଏ?

ଉତ୍ତର-
୧-ଗଞ୍ଜାମ
୨-ବରଗଡ
୩-ଶ୍ରୀ ମହେଶ୍ବର ମହାନ୍ତି
୪-ଶ୍ରୀ ଅଭିମାନ୍ୟୁ ସାମନ୍ତସିଂହାର
୫-ଶ୍ରୀ ବ୍ରଜଭୂଷଣ ମହାନ୍ତି

Tuesday 29 August 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୪୮  ତା-୨୯ ଅଗଷ୍ଟ ୨୦୧୭

ପ୍ରଶ୍ନ-
୧-ଟାଙ୍ଗୀ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବର୍ତ୍ତମାନ ଓଡିଶାର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କିଏ ଅଛନ୍ତି?
୩-ଓଡିଶାର ବୃହତ୍ତମ ଆଲୁମିନିୟମ୍ କାରଖାନା କେଉଁଟି ?
୪-"ବୈଦେହିଶବିଳାସ" କାବ୍ୟ କିଏ ରଚନା କରିଛନ୍ତି ?
୫-ପ୍ରସିଦ୍ଧ ମାଁ ପାଟଣେଶ୍ବରୀଙ୍କ ମନ୍ଦିର କେଉଁଠି ଅଛି?

ଉତ୍ତର-
୧-ଖୋର୍ଦ୍ଧା
୨-ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର
୩-ନାଲକୋ,ଅନୁଗୁଳ
୪-କବିସମ୍ରାଟ ଉପେନ୍ଦ୍ର ଭଞ୍ଜ
୫-ପାଟଣାଗଡ

Monday 28 August 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୪୭  ତା-୨୮ ଅଗଷ୍ଟ ୨୦୧୭

ପ୍ରଶ୍ନ-
୧-ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅଛି ?
୨-ବର୍ତ୍ତମାନ ଓଡିଶାର ପଞ୍ଚାୟତିରାଜ ମନ୍ତ୍ରୀ କିଏ ଅଛନ୍ତି ?
୩-ଗୁପ୍ତେଶ୍ବର ଶୈବପୀଠ କେଉଁଠାରେ ଅବସ୍ଥିତ ?
୪-"ଅମାବାସ୍ଯାର ଚନ୍ଦ୍ର" କେଉଁ ସାହିତ୍ୟିକଙ୍କ କୃତୀ ?
୫-କ୍ଷେପଣାସ୍ତ୍ର ଗବେଷଣା କେନ୍ଦ୍ର ଓଡିଶାର କେଉଁଠାରେ ଅଛି ?

ଉତ୍ତର-
୧-କେନ୍ଦ୍ରାପଡା
୨-ଶ୍ରୀ ପ୍ରଦୀପ ମହାରଥୀ
୩-କୋରାପୁଟ
୪-ଶ୍ରୀ ଗୋବିନ୍ଦ ଦାସ
୫-ଚାନ୍ଦିପୁର,ବାଲେଶ୍ବର

Sunday 27 August 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୪୬  ତା-୨୭ ଅଗଷ୍ଟ ୨୦୧୭

ପ୍ରଶ୍ନ-
୧-ବରପାଲି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-ବର୍ତ୍ତମାନ ଓଡିଶାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କିଏ ଅଛନ୍ତି?
୩-ରସଗୋଲା ପାଇଁ ଓଡିଶାର କେଉଁ ସ୍ଥାନ ପ୍ରସିଦ୍ଧି ଲାଭ କରିଛି ?
୪-ମାଁ କାଳୀଜାଈଙ୍କ ମନ୍ଦିର କେଉଁଠାରେ ଅଛି ?
୫-ପ୍ରବୋଧ ତିର୍କୀ କେଉଁ ଖେଳ ସହ ସମ୍ପୃକ୍ତ ?

ଉତ୍ତର-
୧-ବରଗଡ
୨-ଶ୍ରୀ ପ୍ରଫୁଲ୍ଲ ସାମଲ
୩-ସାଲେପୁର
୪-ଚିଲିକା ହ୍ରଦମଧ୍ୟରେ
୫-ହକି

Saturday 26 August 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୪୫  ତା-୨୬ ଅଗଷ୍ଟ ୨୦୧୭

ପ୍ରଶ୍ନ-
୧-ବସ୍ତା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅଛି ?
୨-ବର୍ତ୍ତମାନ ଓଡିଶାର କୃଷି ମନ୍ତ୍ରୀ କିଏ ଅଛନ୍ତି ?
୩-ପ୍ରସିଦ୍ଧ ମାଁ ସମଲେଶ୍ବରୀଙ୍କ ମନ୍ଦିର କେଉଁଠାରେ ଅଛି?
୪-"ହୃଦୟର ଏଇ ଶୂନ୍ୟତାକୁ"ଗୀତର କଣ୍ଠଶିଳ୍ପୀ କିଏ?
୫-ଲାଲ୍ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ କେଉଁଠାରେ ଅଛି?

ଉତ୍ତର-
୧-ବାଲେଶ୍ବର
୨-ଡଃ ଦାମୋଦର ରାଉତ
୩-ସମ୍ବଲପୁର
୪-ଶେଖର ଘୋଷ୍
୫-ଭବାନୀପାଟଣା

Friday 25 August 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୪୪  ତା-୨୫ ଅଗଷ୍ଟ ୨୦୧୭

ପ୍ରଶ୍ନ-
୧-ଆଠମଲ୍ଲିକ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅଛି ?
୨-ବର୍ତ୍ତମାନ ଓଡିଶାର ଗଣଶିକ୍ଷା ମନ୍ତ୍ରୀ କିଏ ଅଛନ୍ତି ?
୩-ପ୍ରସିଦ୍ଧ ମାଁ ମଙ୍ଗଳା ମନ୍ଦିର କେଉଁଠାରେ ଅଛି ?
୪-ସମ୍ବଲପୁରୀ ଭାଷାର ପ୍ରଥମ ଚଳଚ୍ଚିତ୍ରର ନାମ କଣ ?
୫-ନବନିଯୁକ୍ତ ଓଡିଶା ରଣଜୀ ଦଳର ପ୍ରଶିକ୍ଷକ କିଏ ?

ଉତ୍ତର-
୧-ଅନୁଗୁଳ
୨-ଶ୍ରୀଯୁକ୍ତ ବଦ୍ରି ପାତ୍ର
୩-କାକଟପୁର
୪-ଭୁଖା
୫-ଶ୍ରୀ ଶିବସୁନ୍ଦର ଦାସ

Thursday 24 August 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୪୩  ତା-୨୪ ଅଗଷ୍ଟ ୨୦୧୭

ପ୍ରଶ୍ନ-
୧-ଜୟପାଟଣା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅଛି ?
୨-ବର୍ତ୍ତମାନ ଓଡିଶାର ନଗର ଉନ୍ନୟନ ମନ୍ତ୍ରୀ କିଏ ଅଛନ୍ତି ?
୩-ତପ୍ତପାଣି ଉଷ୍ଣପ୍ରସବଣ କେଉଁ ଜିଲ୍ଲାରେ ଅଛି ?
୪-ଲଛମା ଉପନ୍ୟାସ କିଏ ରଚନା କରିଛନ୍ତି ?
୫-ମିଗ୍ ବିମାନ କାରଖାନା କେଉଁଠାରେ ଅଛି ?

ଉତ୍ତର-
୧-କଳାହାଣ୍ଡି
୨-ଶ୍ରୀ ନିରଞ୍ଜନ ପୁଜାରୀ
୩-ଗଞ୍ଜାମ
୪-ବ୍ୟାସକବି ଫକୀରମୋହନ ସେନାପତି
୫-ସୁନାବେଡା

Wednesday 23 August 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୪୨  ତା-୨୩ ଅଗଷ୍ଟ ୨୦୧୭

ପ୍ରଶ୍ନ-
୧-ମୁନିଗୁଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବର୍ତ୍ତମାନ ଓଡିଶାର ଅର୍ଥ ମନ୍ତ୍ରୀ କିଏ ଅଛନ୍ତି ?
୩-ପ୍ରସିଦ୍ଧ ନୀଳମାଧବ ମନ୍ଦିର କେଉଁଠାରେ ଅବସ୍ଥିତ ?
୪-"ଦରବାର" ପୁସ୍ତକ କିଏ ରଚନା କରିଛନ୍ତି ?
୫-ଗଣେଶ ଜେନା କେଉଁ ଦୁଃସାହସିକ କ୍ରୀଡା ସହ ସମ୍ପୃକ୍ତ ?

ଉତ୍ତର-
୧-ରାୟଗଡା
୨-ଶଶିଭୂଷଣ ବେହେରା
୩-କଣ୍ଟିଲୋ
୪-କବିବର ରାଧାନାଥ ରାୟ
୫-ପର୍ବତାରୋହଣ

Tuesday 22 August 2017

ଓଡିଶା ସାଧାରଣଜ୍ଞାନ

  ଓଡିଶା ସାଧାରଣଜ୍ଞାନ-୪୧ ତା-୨୨ ଅଗଷ୍ଟ ୨‍୦୧୭

ପ୍ରଶ୍ନ-
୧-ମୁରିବାହାଲ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅଛି?
୨-ବର୍ତ୍ତମାନ ଓଡିଶାର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ କିଏ ଅଛନ୍ତି?
୩-ପତୋରା ପର୍ଯ୍ୟଟନ ସ୍ଥଳୀ କେଉଁ ଜିଲ୍ଲାରେ ଅଛି ?
୪-ଓଡିଶାର ଦୀର୍ଘତମ ସେତୁ କେଉଁ ନଦୀରେ ନିର୍ମିତ?
୫-ଶ୍ରୀରାମ ପଣ୍ଡା ବର୍ତ୍ତମାନ କେଉଁ ନାମରେ ପରିଚିତ ?

ଉତ୍ତର-
୧-ବଲାଙ୍ଗିର
୨-ଶ୍ରୀ ଚନ୍ଦ୍ର ସାରଥି ବେହେରା
୩-ନୂଆପଡା
୪-କାଠଯୋଡି ନଦୀରେ
୫-ବାବା ନିତ୍ୟ ଚୈତନ୍ଯ 

Monday 21 August 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୪୦  ତା-୨୧ ଅଗଷ୍ଟ ୨୦୧୭

ପ୍ରଶ୍ନ-
୧-ରାଇକିଆ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଡୋକ୍ରା ଶିଳ୍ପ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ ଲାଭ କରିଛି ?
୩-"ଅମୃତଫଳ" ପୁସ୍ତକ କିଏ ରଚନା କରିଛନ୍ତି ?
୪-ଓଡିଶାର ବଡ ପୁଷ୍କରିଣୀର ନାମ କଣ ?
୫-ପଦ୍ମିନୀ ରାଉତ କେଉଁ ଖେଳ ସହ ସମ୍ପୃକ୍ତ ?

ଉତ୍ତର-
୧-କନ୍ଧମାଳ
୨-ସଦେଇବାରେଣୀ,ଢେଙ୍କାନାଳ
୩-ଶ୍ରୀ ମନୋଜ ଦାସ
୪-ବିନ୍ଦୁସାଗର
୫-ଚେସ୍

Sunday 20 August 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୩୯  ତା-୨୦ ଅଗଷ୍ଟ ୨୦୧୭

୧-ଫୁରଲିଝରଣ ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
ଉ-କଳାହାଣ୍ଡି

୨-ଶୁଣପରୀକ୍ଷ ପୁସ୍ତକ କିଏ ରଚନା କରିଛନ୍ତି ?
ଉ-ଭୁବନେଶ୍ବର ବେହେରା

୩-ବର୍ତ୍ତମାନ ଓଡିଶାର ସ୍ବାସ୍ଥ୍ଯମନ୍ତ୍ରୀ କିଏ ଅଛନ୍ତି ?
ଉ-ଶ୍ରୀ ପ୍ରତାପ ଜେନା

୪-ଶିବସୁନ୍ଦର ଦାସ କେଉଁ କ୍ରୀଡା ସହ ସମ୍ପୃକ୍ତ ?
ଉ-କ୍ରିକେଟ

୫-ମାଁ ତାରାତାରିଣୀଙ୍କ ପୀଠ କେଉଁ ଜିଲ୍ଲାରେ ଅବସ୍ଥିତ ?
ଉ-ଗଞ୍ଜାମ

Saturday 19 August 2017

ଓଡିଶା ସାଧାରଣଜ୍ଞାନ

  ଓଡିଶା ସାଧାରଣଜ୍ଞାନ-୩୮  ତା-୧୯ ଅଗଷ୍ଟ ୨୦୧୭

୧-ବର୍ତ୍ତମାନ ଓଡିଶାର ବାଚସ୍ପତି କିଏ ଅଛନ୍ତି ?
ଉ-ଶ୍ରୀ ପ୍ରଦୀପ ଅମାତ୍

୨-ରୌପ୍ଯନଗରୀ ଭାବରେ ଓଡିଶାର କେଉଁ ସ୍ଥାନ ପରିଚିତ ?
ଉ-କଟକ

୩-"ଯାଜ୍ଞସେନୀ" ପୁସ୍ତକର ରଚୟିତା କିଏ ?
ଉ-ଡଃ ପ୍ରତିଭା ରାୟ

୪-ବ୍ରାହ୍ମଣୀ ନଦୀର ଦୈର୍ଘ୍ଯ କେତେ କିଲୋମିଟର ?
ଉ-୭୦୧ କି.ମି.

୫-ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ କେଉଁଠାରେ ଅଛି?
ଉ-ସମ୍ବଲପୁର

Friday 18 August 2017

ଓଡିଶା ସାଧାରଣଜ୍ଞାନ

  ଓଡିଶା ସାଧାରଣଜ୍ଞାନ-୩୭  ତା-୧୮ ଅଗଷ୍ଟ ୨୦୧୭

୧- ୨୦୧୧ ଜନଗଣନା ଅନୁସାରେ ଓଡିଶାରେ କେତୋଟି ଗ୍ରାମ ଅଛି?
ଉ-୫୧୩୧୩ ଟି

୨-ଦକ୍ଷିଣାଞ୍ଚଳ ରାଜସ୍ବ ବିଭାଗର ମୁଖ୍ୟାଳୟ କେଉଁଠି ଅବସ୍ଥିତ ?
ଉ-ବ୍ରହ୍ମପୁର

୩-"ଆମ ଓଡିଶା ପାର୍ଟି" ରାଜନୈତିକ ଦଳର ପ୍ରତିଷ୍ଟାତା କିଏ ?
ଉ-ସୌମ୍ୟରଞ୍ଜନ ପଟ୍ଟନାୟକ

୪-ହାତୀପଥର ଜଳପ୍ରପାତ କେଉଁ ଜିଲ୍ଲାରେ ଅଛି ?
ଉ-ରାୟଗଡା

୫-ପଥର ବାସନ ପାଇଁ କେଉଁ ସ୍ଥାନ ଓଡିଶା ପ୍ରସିଦ୍ଧ ?
ଉ-ନୀଳଗିରି ,ବାଲେଶ୍ବର

Thursday 17 August 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୩୬  ତା-୧୭ ଅଗଷ୍ଟ ୨୦୧୭

୧-ଓଡିଶାରେ ମୋଟ୍ କେତୋଟି ରାଜସ୍ବ ଡିଭିଜନ୍ ଅଛି?
ଉ-୩ଟି

୨-ବର୍ତମାନ ଓଡିଶାର ବିରୋଧି ଦଳ ନେତା କିଏ ଅଛନ୍ତି ?
ଉ-ଶ୍ରୀ ନରସିଂହ ମିଶ୍ର

୩-"କଣାମାଁମୁ" ସାହିତ୍ୟ କୃତୀ କେଉଁ ସାହିତ୍ୟିକଙ୍କ ଅଟେ ?
ଉ- କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

୪-ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଦେବ କେଉଁ ଗଡଜାତର ରାଜା ଥିଲେ?
ଉ-ପାରଳାଖେମୁଣ୍ଡି

୫-ନଟରାଜ ବେହେରା କେଉଁ ଖେଳ ସହ ସମ୍ପୃକ୍ତ ?
ଉ-କ୍ରିକେଟ

Wednesday 16 August 2017

ଓଡିଶା ସାଧାରଣଜ୍ଞାନ

  ଓଡିଶା ସାଧାରଣଜ୍ଞାନ-୩୫  ତା-୧୬ ଅଗଷ୍ଟ ୨୦୧୭

୧-ଓଡିଶା ଭୂଭାଗର କ୍ଷେତ୍ରଫଳ କେତେ ବର୍ଗ କିଲୋମିଟର?
ଉ-୧,୫୫,୭୦୭ ବର୍ଗ କି.ମି.

୨-ଓଡିଶାର ପ୍ରଥମ ଆଇ.ଏଫ୍.ଏସ୍. ଅଧିକାରୀଙ୍କ ନାମ କଣ ?
ଉ-କୁମାରୀ ସଂଯୁକ୍ତା ପଟ୍ଟନାୟକ

୩-କେଉଁ ସ୍ଥାନକୁ ଓଡିଶାର କାଶ୍ମୀର କୁହାଯାଏ ?
ଉ-ଦାରିଙ୍ଗିବାଡି

୪-ଓଡିଶାର ବୃହତ୍ତମ ଛାପାଖାନାର ନାମ କଣ?
ଉ-କଟକ ସରକାରୀ ଛାପାଖାନା

୫-ପ୍ରସିଦ୍ଧ ମାଁ ହିଙ୍ଗୁଳାଙ୍କ ମନ୍ଦିର କେଉଁଠାରେ ଅଛି ?
ଉ-ତାଳଚେର,ଅନୁଗୁଳ

Tuesday 15 August 2017

ଓଡିଶା ସାଧାରଣଜ୍ଞାନ

  ଓଡିଶା ସାଧାରଣଜ୍ଞାନ-୩୪  ତା-୧୫ ଅଗଷ୍ଟ ୨୦୧୭

୧-ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରଥମ ଓଡିଆ ଜଣକ କିଏ?
ଉ-ଉତ୍କଳ ଗୌରବ ମଧୁସୂଦନ ଦାସ

୨-ଲୋକପ୍ରିୟ "ରଙ୍ଗବତୀ" ଗୀତର କଣ୍ଠଦାନ କିଏ କିଏ କରିଛନ୍ତି?
ଉ-ଶ୍ରୀ ଜିତେନ୍ଦ୍ରିୟ ହରିପାଲ ଓ ଶ୍ରୀମତି କ୍ରିଷ୍ଣା ପଟେଲ

୩-ପ୍ରସିଦ୍ଧ ମାଁ ତାରିଣୀଙ୍କ ମନ୍ଦିର କେଉଁଠାରେ ଅବସ୍ଥିତ ?
ଉ-ଘଟଗାଁ,କେନ୍ଦୁଝର

୪-"ନୂଆଖାଇ" ପର୍ବ କେବେ ପାଳନ କରାଯାଏ ?
ଉ-ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ

୫-ତରବାଲୋ ଉଷ୍ଣପ୍ରସବଣ କେଉଁ ଜିଲ୍ଲାରେ ଅବସ୍ଥିତ ?
ଉ-ନୟାଗଡ

Monday 14 August 2017

ଓଡିଶା ସାଧାରଣଜ୍ଞାନ

  ଓଡିଶା ସାଧାରଣଜ୍ଞାନ-୩୩  ତା-୧୪ ଅଗଷ୍ଟ ୨୦୧୭

୧-ଓଡିଶାର ପ୍ରଥମ ମହିଳା ମହାବିଦ୍ୟାଳୟର ନାମ କଣ?
ଉ-ଶୈଳବାଳା ମହିଳା ମହାବିଦ୍ୟାଳୟ,କଟକ

୨-ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଗାର କେଉଁଠାରେ ଅବସ୍ଥିତ ?
ଉ-ଜାମୁଝରୀ,ଖୋର୍ଦ୍ଧା

୩-ପ୍ରସିଦ୍ଧ ମାଁ ବିରଜାଙ୍କ ମନ୍ଦିର କେଉଁଠାରେ ଅବସ୍ଥିତ ?
ଉ-ଯାଜପୁର

୪-"ଧର୍ମପଦ" କବିତା କିଏ ରଚନା କରିଛନ୍ତି ?
ଉ-ଉତ୍କଳମଣି ଗୋପବନ୍ଧୁ ଦାସ

୫-ହୀରାକୁଦ ନଦୀବନ୍ଧ କେଉଁ ମସିହାରେ କାର୍ଯ୍ୟକାରୀ ହୋଇଥିଲା?
ଉ-୧୯୫୭ ମସିହାରେ

Sunday 13 August 2017

ଓଡିଶା ସାଧାରଣଜ୍ଞାନ

  ଓଡିଶା ସାଧାରଣଜ୍ଞାନ-୩୨  ତା-୧୩ ଅଗଷ୍ଟ ୨୦୧୭

୧-ହାତୀଗୁମ୍ଫା ଶିଳାଲେଖ କେଉଁ ପାହାଡରେ ଅବସ୍ଥିତ ?
ଉ-ଉଦୟଗିରି

୨-"କିଶୋର ଚନ୍ଦ୍ରାନନ ଚମ୍ପୁ" ପୁସ୍ତକର ରଚୟିତା କିଏ?
ଉ-କବିସୂର୍ଯ୍ୟ ବଳଦେବ ରଥ

୩-କେଉଁ ରାଷ୍ଟ୍ରପତି ଓଡିଶାରେ ଜନ୍ମଗ୍ରହଣ କରିଥିଲେ?
ଉ-ଭି.ଭି.ଗିରି

୪-"କାଦମ୍ବିନୀ" ପତ୍ରିକାର ସମ୍ପାଦିକାଙ୍କ ନାମ କଣ ?
ଉ-ଇତି ସାମନ୍ତ

୫-ରଜ ସଂକ୍ରାନ୍ତିକୁ ଆଉ କେଉଁ ସଂକ୍ରାନ୍ତି କୁହାଯାଏ?
ଉ-ମିଥୁନ ସଂକ୍ରାନ୍ତି

Saturday 12 August 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୩୧  ତା-୧୨ ଅଗଷ୍ଟ ୨୦୧୭

୧-ଓଡିଶାର କେଉଁ ଜିଲ୍ଲାରେ "ତମ୍ବା" ଖଣିଜ ପଦାର୍ଥ ମିଳିଥାଏ?
ଉ-ଦେବଗଡ

୨-କେବେ ଭୁବନେଶ୍ବର ସ୍ମାର୍ଟ ସିଟି ରୂପେ ଘୋଷିତ ହୋଇଥିଲା?
ଉ-୨୮ ଜାନୁଆରୀ ୨୦୧୬

୩-"ମାୟାଦେବୀ" କବିତାର ରଚୟିତା କିଏ ?
ଉ-ପଣ୍ଡିତ ନୀଳକଣ୍ଠ ଦାସ

୪-ରାଣୀ ଶୁକଦେଈ କେଉଁ ଅଞ୍ଚଳର ରାଣୀ ଥିଲେ ?
ଉ-ବାଙ୍କି

୫-ଭଜନ ସମ୍ରାଟ ରୂପେ ପରିଚିତ ଗାୟକଙ୍କ ନାମ କଣ?
ଉ-ଭଜନ ସମ୍ରାଟ ଭିକାରୀ ବଳ

Friday 11 August 2017

ଓଡିଶା ସାଧାରଣଜ୍ଞାନ

  ଓଡିଶା ସାଧାରଣଜ୍ଞାନ-୩୦  ତା-୧୧ ଅଗଷ୍ଟ ୨୦୧୭

୧-ଓଡିଶାର ପ୍ରଥମ ମହାବିଦ୍ୟାଳୟର ନାମ କଣ ?
ଉ-ରେଭେନ୍ସା ମହାବିଦ୍ୟାଳୟ

୨-ଅପପୃଷ୍ଟି ପାଇଁ ପରିଚିତ "ନଗଡା" ଗ୍ରାମ କେଉଁ ଜିଲ୍ଲାରେ ଅବସ୍ଥିତ ?
ଉ-ଯାଜପୁର

୩-କେଉଁ ପ୍ରସିଦ୍ଧ ସ୍ଥାନ"ଶାରଳା ପୀଠ" ନାମରେ ପରିଚିତ ?
ଉ-ଝଙ୍କଡ

୪-ଓଡିଶାର ଉଚ୍ଚତମ ସ୍ତମ୍ଭର ନାମ କଣ ?
ଉ-ଅରୁଣ ସ୍ତମ୍ଭ

୫-କେ. ରବିକୁମାର କେଉଁ ଖେଳ ସହ ସମ୍ପୃକ୍ତ ?
ଉ-ଭାରତ୍ତୋଳନ

Thursday 10 August 2017

ଓଡିଶା ସାଧାରଣଜ୍ଞାନ

  ଓଡିଶା ସାଧାରଣଜ୍ଞାନ-୨୯  ତା-୧୦ ଅଗଷ୍ଟ ୨୦୧୭

୧-ଓଡିଶାର ଦୀର୍ଘତମ ନଦୀଗଣ୍ଡର ନାମ କଣ ?
ଉ-ସାତକୋଶିଆ ଗଣ୍ଡ

୨-ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଦେବ କେବେ ଜନ୍ମଗ୍ରହଣ କରିଥିଲେ?
ଉ-୨୬ ଅପ୍ରେଲ ୧୮୯୨

୩-"ଚନ୍ଦ୍ରଭାଗା" କବିତା କିଏ ରଚନା କରିଛନ୍ତି ?
ଉ-କବିବର ରାଧାନାଥ ରାୟ

୪-କେଉଁ ଦିନ ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ ?
ଉ-ଅକ୍ଷୟ ତୃତୀୟା

୫-ପୂର୍ବତଟ ରେଳପଥର ମୁଖ୍ୟାଳୟ କେଉଁଠାରେ ଅବସ୍ଥିତ ?
ଉ-ଭୁବନେଶ୍ବର 

Wednesday 9 August 2017

ଓଡିଶା ସାଧାରଣଜ୍ଞାନ

  ଓଡିଶା ସାଧାରଣଜ୍ଞାନ-୨୮  ତା-୦୯ ଅଗଷ୍ଟ ୨୦୧୭

୧-ଭୁବନେଶ୍ବର ମହାନଗର ନିଗମ କେବେ ଗଠିତ ହୋଇଥିଲା ?
ଉ-୧୫ ଅଗଷ୍ଟ ୧୯୯୪

୨-ପାଟଶାଢୀ ପାଇଁ ଓଡିଶାର କେଉଁ ସ୍ଥାନ ପ୍ରସିଦ୍ଧି ଲାଭ କରିଛି?
ଉ-ସୋନପୁର

୩-ଓଡିଶାର ବୃହତ୍ତମ ମୂର୍ତ୍ତିର ନାମ କଣ ଓ କେଉଁଠି ଅଛି ?
ଉ-ମହାବୀର ମୂର୍ତ୍ତି (୭୫ ଫୁଟ୍) ,ରାଉରକେଲା

୪-କବି ସୀତାକାନ୍ତ ମହାପାତ୍ର କେବେ ଜ୍ଞାନପୀଠ ପୁରସ୍କାର ପାଇଥିଲେ?
ଉ-୧୯୯୩ ମସିହାରେ

୫-ଶାନ୍ତି ପାଗୋଡା ଓଡିଶାର କେଉଁ ପ୍ରସିଦ୍ଧ ସ୍ଥାନର ଅନ୍ୟନାମ?
ଉ-ଧଉଳି

Tuesday 8 August 2017

ଓଡିଶା ସାଧାରଣଜ୍ଞାନ

  ଓଡିଶା ସାଧାରଣଜ୍ଞାନ-୨୭  ତା-୦୮ ଅଗଷ୍ଟ ୨୦୧୭

୧-ଓଡିଶାର ପ୍ରଥମ ଉଚ୍ଚବିଦ୍ୟାଳୟର ନାମ କଣ ?
ଉ-ରେଭେନ୍ସା କଲିଜିଏଟ୍ ସ୍କୁଲ,କଟକ

୨-ଆୟତନ ଅନୁସାରେ ଓଡିଶାର ବୃହତ୍ତମ ଜିଲ୍ଲାର ନାମ କଣ?
ଉ-ମୟୁରଭଞ୍ଜ

୩-"କର୍ମବୀର" କହିଲେ କାହାକୁ ବୁଝାଏ ?
ଉ-ଗୌରୀଶଙ୍କର ରାୟ

୪-ଖୋର୍ଦ୍ଧା ଜିଲ୍ଲା ଭୂଷଣପୁରଠାରେ କେଉଁ ଦେବୀପୀଠ ଅବସ୍ଥିତ ?
ଉ-ମାଁ ଉଗ୍ରତାରା

୫-୧୯୬୩ ମସିହାରେ କିଏ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ?
ଉ-ବିରେନ୍ ମିତ୍ର

Monday 7 August 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୨୬  ତା-୦୭ ଅଗଷ୍ଟ ୨୦୧୭

୧-କଳିଙ୍ଗଯୁଦ୍ଧ କେଉଁ ନଦୀକୂଳରେ ହୋଇଥିଲା ?
ଉ-ଦୟା ନଦୀ

୨-"ପ୍ରଣୟବଲ୍ଲରୀ" କାବ୍ୟର ରଚୟିତା କିଏ?
ଉ-ସ୍ବଭାବକବି ଗଙ୍ଗାଧର ମେହେର

୩-ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଓଡିଶାର କେଉଁ ଠାରେ ଅବସ୍ଥିତ ?
ଉ-ଚିଲିକା

୪-ପ୍ରଥମାଷ୍ଟମୀ କେଉଁ ତିଥିରେ ପାଳନ କରାଯାଏ ?
ଉ-ମାର୍ଗଶିର କୃଷ୍ଣପକ୍ଷ ଅଷ୍ଟମୀ

୫-ଦିଲୀପ୍ ତିର୍କୀ କେଉଁ ଖେଳ ସହ ସମ୍ପୃକ୍ତ ?
ଉ-ହକି

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୨୬  ତା-୦୭ ଅଗଷ୍ଟ ୨୦୧୭

୧-କଳିଙ୍ଗଯୁଦ୍ଧ କେଉଁ ନଦୀକୂଳରେ ହୋଇଥିଲା ?
ଉ-ଦୟା ନଦୀ

୨-"ପ୍ରଣୟବଲ୍ଲରୀ" କାବ୍ୟର ରଚୟିତା କିଏ?
ଉ-ସ୍ବଭାବକବି ଗଙ୍ଗାଧର ମେହେର

୩-ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଓଡିଶାର କେଉଁ ଠାରେ ଅବସ୍ଥିତ ?
ଉ-ଚିଲିକା

୪-ପ୍ରଥମାଷ୍ଟମୀ କେଉଁ ତିଥିରେ ପାଳନ କରାଯାଏ ?
ଉ-ମାର୍ଗଶିର କୃଷ୍ଣପକ୍ଷ ଅଷ୍ଟମୀ

୫-ଦିଲୀପ୍ ତିର୍କୀ କେଉଁ ଖେଳ ସହ ସମ୍ପୃକ୍ତ ?
ଉ-ହକି

Sunday 6 August 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୨୫  ତା-୦୬ ଅଗଷ୍ଟ ୨୦୧୭

୧-ପ୍ରଥମ ଓଡିଆ ସୁପ୍ରିମକୋର୍ଟ ବିଚାରପତିଙ୍କ ନାମ କଣ ?
ଉ-ଜଷ୍ଟିସ ରଙ୍ଗନାଥ ମିଶ୍ର

୨-"ସମ୍ବାଦ" ଖବରକାଗଜର ସମ୍ପାଦକଙ୍କ ନାମ କଣ ?
ଉ- ସୌମ୍ୟରଞ୍ଜନ ପଟ୍ଟନାୟକ

୩-୨୦୧୧ ଜନଗଣନା ଅନୁସାରେ ଓଡିଶାର ଲୋକସଂଖ୍ୟା କେତେ ?
ଉ-୪,୧୯,୪୭,୩୫୮

୪-ନୃସିଂହନାଥ ମନ୍ଦିର କେଉଁ ଜିଲ୍ଲାରେ ଅବସ୍ଥିତ ?
ଉ-ବରଗଡ

୫-ସବାଇ ହସ୍ତଶିଳ୍ପ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧି ଲାଭ କରିଛି ?
ଉ-ଖୁଣ୍ଟା,ମୟୁରଭଞ୍ଜ

Saturday 5 August 2017

ଓଡିଶା ସାଧାରଣଜ୍ଞାନ

      ଓଡିଶା ସାଧାରଣଜ୍ଞାନ-୨୪  ତା-୦୫ ଅଗଷ୍ଟ ୨୦୧୭

୧-ସହିଦ୍ ରେଣ୍ଡୋ ମାଝୀ କେଉଁଠାରେ ଜନ୍ମଗ୍ରହଣ କରିଥିଲେ?
ଉ-ଉର୍ଲାଦାନୀ,କଳାହାଣ୍ଡି

୨-ଧିବର କନ୍ୟା "କାରୁବାକୀ" କିମ୍ବଦନ୍ତୀ କେଉଁ ରାଜାଙ୍କ ସହ ସମ୍ପୃକ୍ତ ?
ଉ-ଅଶୋକ

୩-"ଚତୁର ବିନୋଦ" କାବ୍ୟର ରଚୟିତା କିଏ ?
ଉ-ବ୍ରଜନାଥ ବଡଜେନା

୪-ଓଡିଶାରେ କେତୋଟି ବିଧାନସଭା ମଣ୍ଡଳୀ ଅଛି?
ଉ-୧୪୭

୫-ଭାଲେନା ଭାଲେଣ୍ଟିନା କେଉଁ ଖେଳ ସହ ସମ୍ପୃକ୍ତ ?
ଉ-କରାଟେ

Friday 4 August 2017

ଓଡିଶା ସାଧାରଣଜ୍ଞାନ

   ଓଡିଶା ସାଧାରଣଜ୍ଞାନ-୨୩  ତା-୦୪ ଅଗଷ୍ଟ ୨୦୧୭

୧-ସୂର୍ଯ୍ୟବଂଶର ପତନ ପରେ କିଏ ଓଡିଶାର ରାଜା ହୋଇଥିଲେ?
ଉ-ଗୋବିନ୍ଦ ବିଦ୍ୟାଧର

୨-"ରସାବଳୀ" ପାଇଁ ଓଡିଶାର କେଉଁ ସହର ପ୍ରସିଦ୍ଧ ?
ଉ-କେନ୍ଦ୍ରାପଡା

୩-ବାମଣ୍ଡାରାଜାଙ୍କ ପୃଷ୍ଟପୋଷକତାରେ ପ୍ରକାଶିତ ଓଡିଆ ସାହିତ୍ୟ ପତ୍ରିକାର ନାମ କଣ?
ଉ-ସମ୍ବଲପୁର ହିତୈଷିଣୀ

୪-ଇଟାଲି ଜନ୍ମିତା ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନାଙ୍କ ନାମ କଣ?
ଉ-ଇଲିଆନା ସିତାରିଷ୍ଟ

୫-ଗୁଜୁରାଟ ଓ ବିହାର ରାଜ୍ୟର ରାଜ୍ୟପାଳ ରହିଥିବା ଓଡିଆ ଜଣକ କିଏ?
ଉ-ନିତ୍ୟାନନ୍ଦ କାନୁନ୍ଗୋ

Thursday 3 August 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୨୨ ତା-୦୩ ଅଗଷ୍ଟ ୨୦୧୭

୧-ବ୍ରାହ୍ମଣୀ ନଦୀ କୂଳରେ ସହୀଦ୍ ହୋଇଥିବା ବାଳକର ନାମ କଣ?
ଉ-ବାଜି ରାଉତ

୨-ପ୍ରଧାନପାଟ ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?
ଉ-ଦେବଗଡ

୩-"ବାଜି ରାଉତ"କବିତା କିଏ ରଚନା କରିଛନ୍ତି ?
ଉ- ସଚ୍ଚି ରାଉତରାୟ

୪-ପ୍ରଥମ ଓଡିଆ ମହିଳା ଚଳଚ୍ଚିତ୍ର ନିର୍ଦ୍ଦେଶିକା କିଏ ?
ଉ-ପାର୍ବତୀ ଘୋଷ୍

୫-ରାଜ୍ୟସଭାରେ ଓଡିଶାର ଆସନ ସଂଖ୍ୟା କେତେ?
ଉ-୧୦

Wednesday 2 August 2017

ଓଡିଶା ସାଧାରଣଜ୍ଞାନ

  ଓଡିଶା ସାଧାରଣଜ୍ଞାନ-୨୧  ତା-୦୨ ଅଗଷ୍ଟ ୨୦୧୭

୧-ଉତ୍କଳ ସଂସ୍କୃତି ବିଶ୍ବବିଦ୍ଯାଳୟ କେବେ ପ୍ରତିଷ୍ଠା ହୋଇଥିଲା?
ଉ-୦୧ ଡିସେମ୍ବର ୧୯୯୯

୨-"ନୀଳଶୈଳ" ପୁସ୍ତକର ରଚୟିତା କିଏ ?
ଉ-ସୁରେନ୍ଦ୍ର ମହାନ୍ତି

୩-ବାଘା ଜତିନ୍ କେଉଁ ଗ୍ରାମରେ ଇଂରେଜମାନଙ୍କ ସହ ଲଢିଥିଲେ?
ଉ-ଚଶାଖଣ୍ଡ ,ବାଲେଶ୍ବର

୪-ଡଃ ହରେକୃଷ୍ଣ ମହତାବ୍ "ପ୍ରଜାତନ୍ତ୍ର"ରେ କେଉଁ ସ୍ତମ୍ଭ ଲେଖୁଥିଲେ?
ଉ-ଗାଁ ମଜଲିସ୍

୫-ଅଂଶୁପା ହ୍ରଦ କେଉଁ ଜିଲ୍ଲାରେ ଅବସ୍ଥିତ ?
ଉ-କଟକ

Tuesday 1 August 2017

ଓଡିଶା ସାଧାରଣଜ୍ଞାନ

   ଓଡିଶା ସାଧାରଣଜ୍ଞ‍ାନ-୨୦   ତା-୦୧ ଅଗଷ୍ଟ ୨୦୧୭

୧-କେଉଁ ଜେଲରେ ଗୋପବନ୍ଧୁ ଦାସ "ବନ୍ଦୀର ଆତ୍ମକଥା" ରଚନା କରିଥିଲେ?
ଉ-ହଜାରିବାଗ୍ ଜେଲ୍

୨-ଶ୍ରୀ ମନ୍ଦିରର କେଉଁ କୋଣରେ ରୋଷଘର ଅଛି ?
ଉ-ଅଗ୍ନିକୋଣ (ଦକ୍ଷିଣ-ପୂର୍ବ)

୩-ଜାତୀୟ ପୁରସ୍କାର ପାଇଥିବା ପ୍ରଥମ ଓଡିଆ ଚଳଚ୍ଚିତ୍ରର ନାମ କଣ?
ଉ-ଶ୍ରୀ ଲୋକନାଥ

୪-ଓଡିଶାର କେଉଁ ଜିଲ୍ଲାରେ ସର୍ବାଧିକ ବିଧାନସଭା ଆସନ ଅଛି ?
ଉ-ଗଞ୍ଜାମ

୫-ବିଜୟ କୁମାର ଶତପଥୀ କେଉଁ କ୍ରୀଡା ସହ ସମ୍ପୃକ୍ତ ?
ଉ-ଭାରତ୍ତୋଳନ