Monday, 31 July 2017

ଓଡିଶା ସାଧାରଣଜ୍ଞାନ

      ଓଡିଶା ସାଧାରଣଜ୍ଞାନ-୧୯   ତା-୩୧ ଜୁଲାଇ ୨୦୧୭

୧-କୋଶଳେଶ୍ବର ମନ୍ଦିର କେଉଁଠାରେ ଅବସ୍ଥିତ ?
ଉ-ସୋନପୁର

୨-ବିପିନ୍ ଚନ୍ଦ୍ର ପାଲ୍ ଓଡିଶାର କେଉଁ ଶିକ୍ଷାନୁଷ୍ଠାନରେ ପ୍ରଧାନଶିକ୍ଷକ ଥିଲେ?
ଉ-ପ୍ୟାରୀମୋହନ ଏକାଡେମୀ ,କଟକ

୩-"ଗଣକବି" ଭାବରେ କେଉଁ କବି ପରିଚିତ?
ଉ-କବି ବୈଷ୍ଣବ ପାଣି

୪-"ପଟ୍ଟଚିତ୍ର" ହସ୍ତଶିଳ୍ପ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧି ଲାଭ କରିଛି?
ଉ-ରଘୁରାଜପୁର,ପୁରୀ

୫-ଓଡିଶାର ବୃହତ୍ତମ କାରଖାନା କେଉଁଠାରେ ଅବସ୍ଥିତ?
ଉ-ଲୌହ ଇସ୍ପାତ କାରଖାନା,ରାଉରକେଲା

Sunday, 30 July 2017

ଓଡିଶା ସାଧାରଣଜ୍ଞାନ

   ଓଡିଶା ସାଧାରଣଜ୍ଞାନ-୧୮  ତା-୩୦ ଜୁଲାଇ ୨୦୧୭

୧-ସହୀଦ ଚକରା ବିଶୋଇ କେଉଁ ପ୍ରଜାମେଳି ସହ ସମ୍ପୃକ୍ତ ?
ଉ-ଘୁମୁସର ପ୍ରଜାମେଳି

୨-ଓଡିଶାର କେଉଁ ସହର ହସ୍ତତନ୍ତ ନଗରୀ ରୂପେ ପରିଚିତ?
ଉ-ବରଗଡ

୩-"ଅମଡା ବାଟ" ଉପନ୍ୟାସର ରଚୟିତା କିଏ?
ଉ-ବସନ୍ତ କୁମାରୀ ପଟ୍ଟନାୟକ

୪-ଓଡିଶାର ଲୋକସଭା ଆସନ ସଂଖ୍ୟା କେତେ ?
ଉ-୨୧

୫-ଓଡିଶାର ସବୁଠାରୁ ବଡ ଗ୍ରାମର ନାମ କଣ?
ଉ-ଭୂବନ,ଢେଙ୍କାନାଳ

Saturday, 29 July 2017

ଓଡିଶା ସାଧାରଣଜ୍ଞାନ

  ଓଡିଶା ସାଧାରଣଜ୍ଞାନ-୧୭       ତା-୨୯ ଜୁଲାଇ ୨୦୧୭

୧-୨୦୧୧ ଜନଗଣନା ଅନୁସାରେ ଓଡିଶାର କେଉଁ ଜିଲ୍ଲାର ସାକ୍ଷରତା ହାର ସର୍ବନିମ୍ନ ଅଟେ ?
ଉ-ନବରଙ୍ଗପୁର

୨-କଳା ବିକାଶ କେନ୍ଦ୍ର,କଟକର ପ୍ରତିଷ୍ଠାତା କିଏ?
ଉ-ବାବୁଲାଲ ଦୋଷୀ

୩-ଓଡିଶାର ସର୍ବପୁରାତନ ଚିନିକଳ କେଉଁ ଠାରେ ଅବସ୍ଥିତ?
ଉ-ଆସ୍କା ଚିନିକଳ

୪-"ତପସ୍ବିନୀ " କାବ୍ୟର କବିଙ୍କ ନାମ କଣ ?
ଉ-ସ୍ବଭାବ କବି ଗଙ୍ଗାଧର ମେହେର

୫-ଚାନ୍ଦୁଆ ଶିଳ୍ପ ପାଇଁ ଓଡିଶାର କେଉଁ ସ୍ଥାନ ପ୍ରସିଦ୍ଧି ଲାଭ କରିଛି?
ଉ-ପିପିଲି 

Friday, 28 July 2017

ଓଡିଶା ସାଧାରଣଜ୍ଞାନ

      ଓଡିଶା ସାଧାରଣଜ୍ଞାନ-୧୬   ତା-୨୮ ଜୁଲାଇ ୨୦୧୭

୧-ନୂଆପଡା ଜିଲ୍ଲା ଲୋକ ମହୋତ୍ସବର ନାମ କଣ?
ଉ-ମାରାଗୁଡା ଲୋକ ମହୋତ୍ସବ

୨-ବୃହତ୍ତମ ଓଡିଆ ଶବ୍ଦକୋଷର ନାମ କଣ?
ଉ-ପୂର୍ଣ୍ଣଚନ୍ଦ୍ର ଓଡିଆ ଭାଷାକୋଷ

୩-ଆକାଶବାଣୀ କେନ୍ଦ୍ର କଟକ କେବେ ସ୍ଥପିତ ହୋଇଥିଲା?
ଉ-୨୮ ଜାନୁଆରୀ ୧୮୪୮

୪-ବ୍ୟାସକବି ଫକୀରମୋହନ ସେନାପତି କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ?
ଉ-ମଲ୍ଲିକାଶପୁର,ବାଲେଶ୍ବର

୫-ବିରେନ୍ଦ୍ର ଲାକ୍ରା କେଉଁ ଖେଳ ସହ ସମ୍ପୃକ୍ତ ?
ଉ-ହକି

Thursday, 27 July 2017

ଓଡିଶା ସାଧାରଣଜ୍ଞାନ

       ଓଡିଶା ସାଧାରଣଜ୍ଞାନ-୧୫  ତା-୨୭ ଜୁଲାଇ ୨୦୧୭

୧-ତପ୍ତପାଣି ଉଷ୍ଣପ୍ରସବଣ କେଉଁ ଜିଲ୍ଲାରେ ଅବସ୍ଥିତ?
ଉ-ଗଞ୍ଜାମ

୨-ଓଡିଶାର ବୃହତ୍ତମ ହ୍ରଦର ନାମ କଣ?
ଉ-ଚିଲିକା

୩-ଶ୍ରୀରାଧା କବିତାର ରଚୟିତା କିଏ?
ଉ-ରମାକାନ୍ତ ରଥ

୪-ସାହିଯାତ ନୃତ୍ୟ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ?
ଉ-ପୁରୀ

୫-ପଶ୍ଚିମ ଓଡିଶା ବିକାଶ ପରିଷଦ କେବେ ଗଠନ ହୋଇଥିଲା?
ଉ-୩ ଜୁଲାଇ ୧୯୯୯

Wednesday, 26 July 2017

ଓଡିଶା ସାଧାରଣଜ୍ଞାନ

      ଓଡିଶା ସାଧାରଣଜ୍ଞାନ-୧୪    ତା-୨୬ ଜୁଲାଇ ୨୦୧୭
୧-ଓଡିଶାର ଉଚ୍ଚତମ ପର୍ବତ ଶୃଙ୍ଗର ନାମ କଣ?
ଉ-ଦେଓମାଳି

୨-ଜ୍ଞାନପୀଠ ପୁରସ୍କାର ପାଇଥିବା ପ୍ରଥମ ଓଡିଆ କିଏ?
ଉ-ଗୋପୀନାଥ ମହାନ୍ତି

୩-ନଡିଆକତା ହସ୍ତଶିଳ୍ପ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ ?
ଉ-ସାକ୍ଷୀଗୋପାଳ

୪-"ଗୁପ୍ତଗଙ୍ଗା" ନାମରେ କେଉଁ ନଦୀ ସୁପରିଚିତ?
ଉ-ବୈତରଣୀ

୫-କ୍ଷୀରଚୋରା ଗୋପୀନାଥ ମନ୍ଦିର କେଉଁଠାରେ ଅବସ୍ଥିତ?
ଉ-ରେମୁଣା,ବାଲେଶ୍ବର

Tuesday, 25 July 2017

ଓଡିଶା ସାଧାରଣଜ୍ଞାନ

    ଓଡିଶା ସାଧାରଣଜ୍ଞାନ-୧୩     ତା-୨୫ ଜୁଲାଇ ୨୦୧୭

୧-କିଏ ଜଗନ୍ନାଥ ଦାସଙ୍କୁ "ଅତିବଡି" ଉପାଧି ପ୍ରଦାନ କରିଥିଲେ?
ଉ-ଶ୍ରୀ ଚୈତନ୍ଯ

୨-ମହାତ୍ମା ଗାନ୍ଧି ପ୍ରଥମ ଥର କେବେ ଓଡିଶା ଆସିଥିଲେ ?
ଉ-୨୩ ମାର୍ଚ୍ଚ ୧୯୨୧

୩-ବୁଢାରାଜା ଶିବମନ୍ଦିର କେଉଁ ସହରରେ ଅବସ୍ଥିତ?
ଉ-ସମ୍ବଲପୁର

୪-ଖୋକାଭାଇ ନାମରେ କେଉଁ ପ୍ରସିଦ୍ଧ ଗାୟକ ସୁପରିଚିତ?
ଉ-ଚିରସବୁଜ ଗାୟକ ଅକ୍ଷୟ ମହାନ୍ତି

୫-ବାରବାଟୀ ଷ୍ଟାଡିୟମ୍ ନିର୍ମାଣ ସମୟରେ ଯେଉଁ ଲଟେରୀ କରାଯାଇଥିଲା ତାହାର ନାମ କଣ ଥିଲା?
ଉ-ବାରବାଟୀ ରଫଲ୍

Monday, 24 July 2017

ଓଡିଶା ସାଧାରଣଜ୍ଞାନ

         ଓଡିଶା ସାଧାରଣଜ୍ଞାନ-୧୨   ତା ୨୪ ଜୁଲାଇ ୨୦୧୭

୧-ପ୍ରଥମ ଓଡିଆ କ୍ଷୁଦ୍ରଗଳ୍ପର ନାମ କଣ ?
ଉ-ରେବତୀ

୨-"ମାଲ୍ୟବନ୍ତ" କେଉଁ ଜିଲ୍ଲାର ଜିଲ୍ଲା ମହୋତ୍ସବର ନାମ ଅଟେ?
ଉ-ମାଲକାନଗିରି

୩-"ସ୍ମୃତି ଓ ଅନୁଭୁତି "କେଉଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆତ୍ମଜୀବନୀ ପୁସ୍ତକ ?
ଉ-ସ୍ବର୍ଗତ ନୀଳମଣି ରାଉତରାୟ

୪-ଉତ୍କଳମଣି ଗୋପବନ୍ଧୁ ଦାସ କେବେ ଜନ୍ମଗ୍ରହଣ କରିଥିଲେ?
ଉ- ୯ ଅକ୍ଟୋବର୍ ୧୮୭୭ ମସିହା

୫-"କୃଷ୍ଣ ପାଗୋଡା ନାମରେ କେଉଁ ମନ୍ଦିର ସୁପରିଚିତ ?
ଉ-କୋଣାର୍କ ସୂର୍ଯ୍ୟମନ୍ଦିର

Sunday, 23 July 2017

ଓଡିଶା ସାଧାରଣଜ୍ଞାନ

    ଓଡିଶା ସାଧାରଣଜ୍ଞାନ-୧୧    ତା-୨୩ ଜୁଲାଇ ୨୦୧୭

୧-ଓଡିଆ ବର୍ଣ୍ଣବୋଧର ରଚୟିତା କିଏ?
ଉ-ମଧୁସୂଦନ ରାଓ

୨-କେଉଁ ସହରକୁ "ଶାବର ଶ୍ରୀକ୍ଷେତ୍ର" କୁହାଯାଏ?
ଉ-କୋରାପୁଟ

୩-କେଉଁ ଦେଶ ବିଜୁ ପଟ୍ଟନାୟକଙ୍କୁ "ଭୂମିପୁତ୍ର" ଉପାଧି ଦେଇଥିଲା?
ଉ-ଇଣ୍ଡୋନେସିଆ

୪-ଡଃ ମିନତୀ ମିଶ୍ର କେଉଁ କ୍ଷେତ୍ରରେ ଅବଦାନ ପାଇଁ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ?
ଉ-ଓଡିଶୀ ନୃତ୍ୟ

୫-"ଉତ୍କଳ ଦୀପିକା"ର ପ୍ରକାଶନ କେଉଁ ମସିହାରୁ ଆରମ୍ଭ ହେଲା?
ଉ-୧୮୬୬

Saturday, 22 July 2017

ଓଡିଶା ସାଧାରଣଜ୍ଞାନ

     ଓଡିଶା ସାଧାରଣଜ୍ଞାନ-୧୦  ତା ୨୨ ଜୁଲାଇ ୨୦୧୭

୧-ପ୍ରଥମ ଓଡିଆ ରଙ୍ଗୀନ ଚଳଚ୍ଚିତ୍ରର ନାମ କଣ ?
ଉ-ଗପ ହେଲେ ବି ସତ

୨-ନନ୍ଦନକାନନ ଚିଡିଆଖାନା କେଉଁ ଜଙ୍ଗଲର ଅଂଶ ବିଶେଷ ?
ଉ-ଚନ୍ଦକା

୩-ବୀର ସୁରେନ୍ଦ୍ର ସାଏ କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ?
ଉ-ଖିଣ୍ଡା,ସମ୍ବଲପୁର

୪-କେଦାରଗୌରୀ କାବ୍ୟର କବି କିଏ ?
ଉ-କବିବର ରାଧାନାଥ ରାୟ

୫-ଓଡିଶାରେ ଲବଣ ସତ୍ୟାଗ୍ରହର ନେତୃତ୍ବ କିଏ ନେଇଥିଲେ ?
ଉ-ଆଚାର୍ଯ୍ୟ ହରିହର

Friday, 21 July 2017

ଓଡିଶା ସାଧାରଣଜ୍ଞାନ

     ଓଡିଶା ସାଧାରଣଜ୍ଞାନ-୯  ତା୨୧ ଜୁଲାଇ ୨୦୧୭

୧-ପ୍ରଥମ ଓଡିଆ ନାଟକର ନାମ କଣ ?
ଉ-ବାବାଜୀ

୨-୨୦୧୧ ଜନଗଣନା ଅନୁସାରେ ଓଡିଶାର କେଉଁ ଜିଲ୍ଲାର ଲୋକସଂଖ୍ୟା ସବୁଠାରୁ କମ୍ ?
ଉ-ଦେବଗଡ

୩-ଓଡିଶାରେ କେବେ ସହିଦ୍ ଦିବସ ପାଳନ କରାଯାଏ ?
ଉ-ମାର୍ଚ୍ଚ ୨୯(ସହିଦ୍ ଲକ୍ଷ୍ମଣ ନାୟକଙ୍କ ସହିଦ୍ ଦିବସ)

୪-ପ୍ରଜାତନ୍ତ୍ର ଖବରକାଗଜର ପ୍ରତିଷ୍ଠାତା ସମ୍ପାଦକ କିଏ ?
ଉ-ଡଃ ହରେକୃଷ୍ଣ ମହତାବ

୫-ଗଞ୍ଜାମ ଜିଲ୍ଲାର କେଉଁ ଅଞ୍ଚଳ ପିତ୍ତଳମାଛ ପାଇଁ ପ୍ରସିଦ୍ଧ ?
ଉ-ବେଳଗୁଣ୍ଠା

Thursday, 20 July 2017

ଓଡିଶା ସାଧାରଣଜ୍ଞାନ

          ଓଡିଶା ସାଧାରଣଜ୍ଞାନ-୮     ତା-୨୦ ଜୁଲାଇ ୨୦୧୭

୧-"ବ୍ୟାସସରୋବର"କେଉଁ ଜିଲ୍ଲାରେ ଅବସ୍ଥିତ  ?
ଉ-ଯାଜପୁର

୨-ଓଡିଆ ମହାଭାରତ କିଏ ରଚନା କରିଛନ୍ତି ?
ଉ-ସାରଳା ଦାସ

୩-"ପଦ୍ମବିଭୂଷଣ" ପୁରସ୍କାର ପାଇଥିବା ପ୍ରଥମ ଓଡିଆ କିଏ ?
ଉ-ଶ୍ରୀ କେଳୁଚରଣ ମହାପାତ୍ର

୪-୧ ଏପ୍ରିଲ ୧୯୩୬ ସ୍ବତନ୍ତ୍ର ପ୍ରଦେଶ ଗଠନ ସମୟରେ ଓଡିଶାରେ ମୋଟ କେତୋଟି ଜିଲ୍ଲା ଥିଲା?
ଉ-୬ଟି

୫-ସନତ୍ ମିଶ୍ର କେଉଁ କ୍ରୀଡା ସହ ସମ୍ପୃକ୍ତ ଥିଲେ ?
ଉ-ବ୍ୟାଡମିଣ୍ଟନ୍

Wednesday, 19 July 2017

ଓଡିଶା ସାଧାରଣଜ୍ଞାନ

        ଓଡିଶା ସାଧାରଣଜ୍ଞାନ -୭    ତା-୧୯ଜୁଲାଇ ୨୦୧୭

୧-"ନୀଳଶୈଳ"ଉପନ୍ୟାସ କେଉଁ ଉପନ୍ୟାସିକ ରଚନା କରିଛନ୍ତି?
ଉ-ଶ୍ରୀ ସୁରେନ୍ଦ୍ର ମହାନ୍ତି

୨-ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀଙ୍କ ନାମ କଣ?
ଉ-ଶ୍ରୀମତି ନନ୍ଦିନୀ ଶତପଥୀ

୩-ମା ବିରଜାଙ୍କ ରଥର ନାମ କଣ ?
ଉ-ସିଂହଧ୍ବଜ

୪-ସୀତା ବିବାହ ଚଳଚ୍ଚିତ୍ରର ନିର୍ଦ୍ଦେଶକଙ୍କ ନାମ କଣ ?
ଉ-ମୋହନସୁନ୍ଦର ଦେବ ଗୋସ୍ବାମୀ

୫-କେଉଁ ଗଡଜାତ ରାଜ୍ୟ ସର୍ବଶେଷରେ ଓଡିଶା ସହ ମିଶିଥିଲା ?
ଉ-ମୟୁରଭଞ୍ଜ

Tuesday, 18 July 2017

ଓଡିଶା ସାଧାରଣଜ୍ଞାନ

          ଓଡିଶା ସାଧାରଣଜ୍ଞାନ-୬     ତା-୧୮ ଜୁଲାଇ ୨୦୧୭

୧-ଓଡିଶାର ଜାଲିଆନାୱାଲାବାଗ୍ ଭାବେ କେଉଁ ସ୍ଥାନ ପରିଚିତ ?
ଉ-ଇରମ୍,ବାସୁଦେବପୁର

୨-ସ୍ବଭାବକବି ଗଙ୍ଗାଧର ମେହେର କେବେ ଜନ୍ମ ଗ୍ରହଣ କରିଥିଲେ ?
ଉ-୯ ଅଗଷ୍ଟ ୧୮୬୨ (ଶ୍ରାବଣ ପୂର୍ଣିମା)

୩-ନୟାଗଡ ଜିଲ୍ଲାର କେଉଁ ସ୍ଥାନରେ ମଣିନାଗେଶ୍ବରୀ ମନ୍ଦିର ଅଛି ?
ଉ-ରଣପୁର

୪-ଶ୍ରିୟଙ୍କା ଷଡଙ୍ଗୀ କେଉଁ ଖେଳ ସହ ସମ୍ପୃକ୍ତ ?
ଉ-ବନ୍ଧୁକ ଚାଳନା

୫-ଶିତୁଳିଆ ସମ୍ପ୍ରଦାୟର ଲୋକେ କେଉଁ ହସ୍ତଶିଳ୍ପ ସହ ସମ୍ପୃକ୍ତ ?
ଉ-ଢୋକ୍ରା

Monday, 17 July 2017

ଓଡିଶା ସାଧାରଣଜ୍ଞାନ

           ଓଡିଶା ସାଧାରଣଜ୍ଞାନ-୫   ତା-୧୭ଜୁଲାଇ

୧-ପ୍ରଥମ ଓଡିଆ ଚଳଚ୍ଚିତ୍ରର ନାମ କଣ ?
ଉ-ସୀତା ବିବାହ
୨-ଧରଣୀଧର ଭୂୟାଁ କେଉଁ ପ୍ରଜାମେଳି ସହ ସମ୍ପୃକ୍ତ ଥିଲେ?
ଉ-କେନ୍ଦୁଝର ପ୍ରଜାମେଳି
୩-କୋଣାର୍କେ କାବ୍ୟ ରଚନା କରିଥିବା କବିଙ୍କ ନାମ କଣ?
ଉ-ପଣ୍ଡିତ ନୀଳକଣ୍ଠ ଦାସ
୪-ଓଡିଶା ବିଧାନସଭାର ମୋଟ ସଭ୍ୟ ସଂଖ୍ୟା କେତେ ?
ଉ-୧୪୭
୫-ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କେବେ ଅନୁଷ୍ଠିତ ହୋଇଥିଲା?
ଉ-୧୯୦୩ ମସିହା ଡିସେମ୍ବର ମାସରେ

Sunday, 16 July 2017

ଓଡିଶା ସାଧାରଣଜ୍ଞାନ

             
                  ଓଡିଶା ସାଧାରଣଜ୍ଞାନ -୪         ତା ୧୬ଜୁଲାଇ୨୦୧୭

୧-ଶ୍ରୀଜଗନ୍ନାଥ ମନ୍ଦିର କେଉଁ ରାଜବଂଶ ଦ୍ବାରା ନିର୍ମିତ ହୋଇଅଛି ?
ଉ-ଗଙ୍ଗବଂଶ

୨-ଉତ୍କଳମଣି ଗୋପବନ୍ଧୁ ଦାସ କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ?
ଉ-ସୁଆଣ୍ଡୋ

୩-ପ୍ରଥମ ଓଡିଆ ଆନ୍ତର୍ଜାତିକ କ୍ରିକେଟ ଖେଳାଳିଙ୍କ ନାମ କଣ ?
ଉ-ଦେବାଶିଷ ମହାନ୍ତି

୪-ଓଡିଶାର ମୋଟ ବ୍ଲକ ସଂଖ୍ୟା କେତେ ?
ଉ-୩୧୪

୫-ବିଶ୍ବପ୍ରସିଦ୍ଧ ଧନୁଯାତ୍ରା କେଉଁ ଦିନ ଶେଷ ହୋଇଥାଏ ?
ଉ-ପୌଷ ପୂର୍ଣ୍ଣିମା ଦିନ

Saturday, 15 July 2017

ଓଡିଶା ସାଧାରଣଜ୍ଞାନ

      ଓଡିଶା ସାଧାରଣଜ୍ଞାନ -୩        ତା-୧୫-ଜୁଲାଇ-୨୦୧୭

୧-ପ୍ରଥମ ଓଡିଆ ଖବରକାଗଜର ନାମ କଣ?
ଉ-ଉତ୍କଳଦୀପିକା

୨-"ବନ୍ଦେ ଉତ୍କଳ ଜନନୀ" କବିତାର ରଚୟିତା କିଏ?
ଉ-କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

୩-ଭିତରକନିକା ଜାତୀୟ ଉଦ୍ୟାନ କେଉଁ ଜିଲ୍ଲାରେ ଅବସ୍ଥିତ ?
ଉ-କେନ୍ଦ୍ରାପଡା

୪-ଓଡିଶାରେ ନଅଙ୍କ ଦୁର୍ଭିକ୍ଷ କେଉଁ ମସିହାରେ ହୋଇଥିଲା?
ଉ-୧୮୬୬

୫-ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ନାମ କଣ?
ଉ-ଡଃ. ହରେକୃଷ୍ଣ ମହତାବ 

Friday, 14 July 2017

ଓଡିଶା ସାଧାରଣଜ୍ଞାନ

           ଓଡିଶା ସାଧାରଣଜ୍ଞାନ
୧-ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ କେଉଁ ମସିହାରେ ପାଇକ ବିଦ୍ରୋହ ସଂଗଠିତ ହୋଇଥିଲା?
ଉ-୧୮୧୭ ମସିହା

୨-୨୦୧୧ ଜନଗଣନା ଅନୁଯାୟୀ ଓଡିଶାର କେଉଁ ଜିଲ୍ଲାର ସାକ୍ଷରତା ହାର ସର୍ବାଧିକ ଅଟେ?
ଉ-ଖୋର୍ଦ୍ଧା ଜିଲ୍ଲା

୩-ଜାତୀୟ ଲୋକସେବା ଆୟୋଗର ପ୍ରଥମ ଓଡିଆ ସଦସ୍ୟଙ୍କ ନାମ କଣ?
ଉ-ଭୁବନେଶ୍ବର ବେହେରା

୪-ଉତ୍କଳ ଗୌରବ ମଧୁସୂଦନ ଦାସ କେବେ ଜନ୍ମଗ୍ରହଣ କରିଥିଲେ?
ଉ-୨୮ ଏପ୍ରିଲ ୧୮୪୮

୫-ଡୁଡୁମା ଜଳପ୍ରପାତ କେଉଁ ନଦୀରେ ନିର୍ମିତ ହୋଇଅଛି?
ଉ-ମାଛକୁଣ୍ଡ ନଦୀ

Thursday, 13 July 2017

ଜନସଂଖ୍ୟା ବୃଦ୍ଧି ,ଏଥିରେ ସ୍ଥିରତା ଓ ସମାଜ

ଜନସଂଖ୍ୟା ବୃଦ୍ଧି ,ଏଥିରେ ସ୍ଥିରତା ଓ ସମାଜ

ସୀମିତ ସ୍ଥାନ ଅଧିକୃତ ଧରାମଣ୍ଡଳ ପୃଥିବୀରେ ତଥା ଭାରତବର୍ଷରେ ଦିନକୁ ଦିନ ଜନସଂଖ୍ୟା ବହୁପରିମାଣରେ ବଢିଚାଲୁଛି।ଫେଲ୍ ମାରୁଛି "ଆମେ ଦୁଇ ଆମର୍ ଦୁଇ""ବେଟି ବଚାଓ ବେଟି ପଢାଓ""ଛୋଟ ପରିବାର ସୁଖି ପରିବାର"ଏମିତି ଅନେକ ନାରା।ସମ୍ପ୍ରତି ଏହା ଏକ ମାନବକୃତ ସମାଜିକ ବ୍ୟାଧି ପାଲଟିଗଲାଣି।ଯାହା ଆଗାମୀ କାଲିର ଯୁବ ସମାଜ ପାଇଁ ଅନେକ ବିପଦର ଆହ୍ବାନ ସୃଷ୍ଟି କରୁଛି।ଆମ ପାଖରେ ସୀମିତ ସମ୍ବଳ ଥାଇ ଅସୀମିତ ଜନସଂଖ୍ୟା ବୃଦ୍ଧି ହେଉଥିବା କାରଣରୁ ସ୍ଥାନ ଠାରୁ ଆରମ୍ଭ କରି ଜଳ,ଚାଷ ଜମି,ଜଙ୍ଗଲ ଜମି ଓ ଅମ୍ଳଜାନ,ଅଙ୍ଗାରକାମ୍ଳ ତଥା ଅନେକ ପ୍ରାକୃତିକ ସମ୍ପଦର ଅବକ୍ଷୟ ସହ ଘୋର ଅଭାବ ଦେଖାଯାଉଛି।ପ୍ରାକୃତି ସମ୍ପଦର ଅଭାବ ସହ ଖାଦ୍ୟ ଓ ଅର୍ଥର ମଧ୍ୟ କୃତ୍ରିମ ଅଭାବ ସୃଷ୍ଟି ହେଉଛି ଯାହା ଜନସାଧାରଣଙ୍କ ଜୀବନଧାରଣ ମାନରେ ଅନେକ ପ୍ରଭାବ ବିସ୍ତାର କରୁଛି।ସାରା ଭାରତବର୍ଷ ମେକ୍ ଇନ୍ ଇଣ୍ଡିଆ,ଡିଜିଟାଲ୍ ଇଣ୍ଡିଆ ପଥେ ଅଗ୍ରସର ହେଉଥିବା ବେଳେ ଜନସଂଖ୍ୟା ବୃଦ୍ଧି ଏକ ପ୍ରତିବନ୍ଧକ ରୂପେ ଉଭା ହେଉଛି।

ଜନସଂଖ୍ୟା ବୃଦ୍ଧିର କାରଣ-
କୁସଂସ୍କାର,ଅଶିକ୍ଷା ,ଅନ୍ଧବିଶ୍ବାସ ଜନସଂଖ୍ୟା ବୃଦ୍ଧିର ପ୍ରମୁଖ କାରଣ।ଅନ୍ଧବିଶ୍ବାସୀ ଲୋକଙ୍କ ନିକଟରେ ଜନ୍ମନିୟନ୍ତ୍ରଣ ଏକ କାଠିକର ପାଠ।"ବାଲ୍ୟବିବାହ" ଜନସଂଖ୍ୟା ବୃଦ୍ଧିର ଅୟଂଆରମ୍ଭ।ବାଲ୍ୟବିବାହ ଆଇନ୍ ଅନୁଯାଇ ଅପରାଧ ହୋଇଥିଲେ ମଧ୍ୟ ଏହି ସାମାଜିକ କୁସଂସ୍କାରରୁ ଆମ ସମାଜ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରିନାହିଁ।ଯାହାଦ୍ବାରା ଅନେକ ନିରୀହ ଶିଶୁକନ୍ୟା ବାଲ୍ୟବିବାହର ଶିକାର ହେଉଛନ୍ତି।ଗ୍ରାମଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହାର ମାତ୍ରା ଯଥେଷ୍ଟ ଅଧିକ ,ଏଥିରୁ ପୁଅମାନେ ମଧ୍ୟ ବାଦ୍ ପଡୁନାହାନ୍ତି।ପିତାମାତାଙ୍କ ପୁତ୍ରମୋହ ମଧ୍ୟ ଜନସଂଖ୍ୟା ବୃଦ୍ଧିର ଅନ୍ୟ ଏକ ପ୍ରମୁଖ କାରଣ।ପୁତ୍ରାଶୟୀ ପିତାମାତା ଅନିଚ୍ଛା ସତ୍ତ୍ବେ ଅନେକ କନ୍ୟାସନ୍ତାନଙ୍କୁ ଜନ୍ମଦେଉଛନ୍ତି।ଯାହା ଜନସଂଖ୍ୟା ବୃଦ୍ଧିରେ ସହାୟକ ହେଉଛି।  ନଚେତ୍ ସେମାନେ ମାନବିକତା ହରାଇ ଶିଶୁକନ୍ୟା ମାନଙ୍କୁ ନାଳ,ନର୍ଦମା,ଖତଗଦା ଗୁଡିକରେ ଫିଙ୍ଗିଦେବାକୁ ମଧ୍ୟ ପଛାଉ ନାହଁନ୍ତି।ଏହା ଆମ ବିଜ୍ଞାନମୁଖି ସମାଜର ବିଳକ୍ଷଣ ନୁହେଁ ତ ଆଉ କଣ?ବସ୍ତବରେ ଜନ ଅସଚେତନତା ହିଁ ଜନସଂଖ୍ୟା ବୃଦ୍ଧିର ମୂଳ କାରଣ ଅଟେ।

ଜନସଂଖ୍ୟା ବୃଦ୍ଧିର ପ୍ରତିକାର-
ମାନସିକ ଓ ସାମଜିକ ଜନସଚେତନତା ଜନସଂଖ୍ୟା ବୃଦ୍ଧିକୁ ପ୍ରତିରୋଧ କରିପାରିବ।ଉନ୍ନତ ଶିକ୍ଷା,ସାମାଜିକ ସଂସ୍କାର,ଅନ୍ଧବିଶ୍ବାସ ଦୂରକୁ ଜନସଖ୍ୟାର ବୃଦ୍ଧିକୁ ପ୍ରତିହତ କରିବା ପାଇଁ ଅମୋଘ ଅସ୍ତ୍ର ରୂପେ ବ୍ୟବହାର କରାଯାଇପାରିବ।ଜନ୍ମନିୟନ୍ତ୍ରଣ ଦ୍ବାରା ଜନସଂଖ୍ୟା ବୃଦ୍ଧିକୁ ରୋକାଯାଇପାରିବ ଓ ଏଥିନିମନ୍ତେ ଜନସଚେତନତାର ଆବଶ୍ଯକତା ରହିଛି।ସରକାରଙ୍କ ଦ୍ବାରା ପ୍ରଚଳିତ "ଛୋଟ ପରିବାର ସୁଖି ପରିବାର","ବେଟି ବଚାଓ ବେଟି ପଢାଓ"ଯୋଜନା ଗୁଡିକର ମଧ୍ୟ ସଫଳ ରୂପାୟନର ଆବଶ୍ଯକ ରହିଛି।ଜନସଂଖ୍ୟା ଅାଇନ୍ କାର୍ଯ୍ୟକାରୀ ହେବା ସହିତ ଗଣମାଧ୍ୟମ ମୁଖ୍ୟତଃ ସମ୍ବାଦପତ୍ର ଓ ଟେଲିଭିଜନ୍ ମାଧ୍ୟମରେ ଏହାର ବହୁଳ ପ୍ରଚାର ପ୍ରସାର ହେବା ଉଚିତ୍।ସାମାଜିକ ମାଧ୍ୟମ (ସୋସିଆଲ୍ ମିଡିଆ)ଦ୍ବାରା ସଚେତନତା ସୃଷ୍ଟି ଆମ୍ଭମାନଙ୍କର କର୍ତ୍ତବ୍ଯ ଅଟେ।

ଓଡିଶା ସାଧାରଣଜ୍ଞାନ

                              ଓଡିଶା ସାଧାରଣଜ୍ଞାନ
୧-କଳିଙ୍ଗଯୁଦ୍ଧ କେଉଁ ମସିହାରେ ହୋଇଥିଲା?
୨-ହାତୀଗୁମ୍ଫା ଶିଳାଲେଖରେ କେଉଁ ରାଜାଙ୍କ ସମ୍ପର୍କରେ ବର୍ଣ୍ଣିତ ହୋଇଛି?
୩-ଓଡିଶା କେବେ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା?
 ୪-ଉତ୍କଳ ବିଶ୍ବବିଦ୍ଯାଳୟର ପ୍ରଥମ କୁଳପତିଙ୍କ ନାମ କଣ?
 ୫-ଯୋରନ୍ଦା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ?




ଊତ୍ତର-୧-ଖ୍ରୀଷ୍ଟପୂର୍ବ ୨୬୧,
         ୨-ମହାମେଘବାହନ ଐର ଖାରବେଳ
         ୩-୧ ଏପ୍ରିଲ ୧୯୩୬
         ୪-ପ୍ରଫେସର ପ୍ରାଣକୃଷ୍ଣ ପରିଜା
         ୫-ମୟୁରଭଞ୍ଜ