Thursday 30 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୪୦ ତା-୨୯ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ତିରିଙ୍ଗି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ଯାଳୟ କେବେ ସ୍ଥାପିତ ହୋଇଥିଲା?
୩-ଉତ୍କଳମଣି ଗୋପବନ୍ଧୁ ହୋମିଓପାଥିକ୍ ମହାବିଦ୍ୟାଳୟ କେଉଁଠାରେ ଅଛି?
୪-"ଓଡିଶା ରାଜନୀତି" ପୁସ୍ତକ କିଏ ରଚନା କରିଛନ୍ତି ?
୫-ପ୍ରଥମ ମହିଳା ଓଡିଆ କ୍ରିକେଟ୍ କୋଚ୍ କିଏ ଅଟନ୍ତି ?

ଉତ୍ତର-
୧-ମୟୁରଭଞ୍ଜ
୨-୧୯୬୨ ମସିହାରେ
୩-ରାଉରକେଲା
୪-ଶ୍ରୀ ବସନ୍ତ ଦାସ
୫-ଶ୍ରୀମତି ରଞ୍ଜିତା ମହାନ୍ତି

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୩୯ ତା-୨୮ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ପୋଡିଆ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ଯାଳୟ କେବେ ସ୍ଥାପିତ ହୋଇଥିଲା?
୩-ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ କେଉଁଠାରେ ଅବସ୍ଥିତ ?
୪-"ଧାମଛତ୍ର" କିଏ ରଚନା କରିଛନ୍ତି ?
୫-ପ୍ରଥମ ଓଡିଆ ଅର୍ଜୁନ ପୁରସ୍କାର ବିଜୟିନୀ କିଏ ଅଟନ୍ତି ?

ଉତ୍ତର-
୧-ମାଲକାନଗିରି
୨-୨୦୦୨ ମସିହାରେ
୩-ଭୁବନେଶ୍ବର
୪-ଶ୍ରୀ ଶିଶୁ ଅନନ୍ତ ଦାସ
୫-ଶ୍ରୀମତି ମିନତି ମହାପାତ୍ର

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୩୮ ତା-୨୭ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ବାମଣ୍ଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଫକୀରମୋହନ ବିଶ୍ବବିଦ୍ଯାଳୟ କେବେ ସ୍ଥାପିତ ହୋଇଥିଲା?
୩-ବୀଣାପାଣି ସାଂସ୍କୃତିକ ମହାବିଦ୍ୟାଳୟ କେଉଁଠାରେ ଅଛି?
୪-"ମନ୍ତବୋଲି" କିଏ ରଚନା କରିଛନ୍ତି ?
୫-ପ୍ରଥମ ମହିଳା ଓଡିଆ ଆଇପିଏସ୍ କିଏ ଅଟନ୍ତି ?

ଉତ୍ତର-
୧-ସମ୍ବଲପୁର
୨-୧୯୯୯ ମସିହାରେ
୩-ଭଦ୍ରକ
୪-ଶ୍ରୀ ଯଶୋବନ୍ତ ଦାସ
୫-ଶ୍ରୀମତି ସୌମ୍ୟା ମିଶ୍ର

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୩୭ ତା-୨୬ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ଲହୁରିପଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ଯାଳୟ କେବେ ସ୍ଥାପିତ ହୋଇଥିଲା?
୩-ଧଉଳି କଳା ଓ ସ୍ଥାପତ୍ୟ ମହାବିଦ୍ୟାଳୟ କେଉଁଠାରେ ଅଛି ?
୪-"ଭାବ ସମୁଦ୍ର" କିଏ ରଚନା କରିଛନ୍ତି ?
୫-ପ୍ରଥମ ମହିଳା ଓଡିଆ ଆଇଏଏସ୍ କିଏ ଅଟନ୍ତି ?

ଉତ୍ତର-
୧-ସୁନ୍ଦରଗଡ
୨-୧୯୮୧ ମସିହାରେ
୩-ଭୁବନେଶ୍ବର
୪-ଶ୍ରୀ ବଳରାମ ଦାସ
୫-ପ୍ରଜ୍ଞା ପାରମିତା ଦାସ

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୩୬ ତା-୨୫ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ଗୁଡାରୀ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ?
୨-ଉତ୍କଳ ସଂସ୍କୃତି ବିଶ୍ବବିଦ୍ଯାଳୟ କେବେ ସ୍ଥାପିତ ହୋଇଥିଲା?
୩-ନୃସିଂହନାଥ ଆୟୁର୍ବେଦିକ ମହାବିଦ୍ୟାଳୟ କେଉଁଠାରେ ଅଛି?
୪-"ଦ୍ବାରବଳୀ" କିଏ ରଚନା କରିଛନ୍ତି ?
୫-ପ୍ରଥମ ଓଡିଆ ମହିଳା ସ୍ନାତକ କିଏ ଅଟନ୍ତି ?

ଉତ୍ତର-
୧-ରାୟଗଡା
୨-୨୦୦୦ ମସିହାରେ
୩-ପାଇକମାଳ
୪-ଜଗନ୍ନାଥ ଦାସ
୫-ଶ୍ରୀମତି ନର୍ମଦା କର

Friday 24 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୩୫ ତା-୨୪ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ଗୁମ୍ମା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"ମୋ ସମୟର ଓଡିଶା" ପୁସ୍ତକ କିଏ ରଚନା କରିଛନ୍ତି?
୩-ବାଜି ରାଉତ କେବେ ଦେଶ ପାଇଁ ସହୀଦ୍ ହୋଇଥିଲେ?
୪-ପ୍ରଥମ ଓଡିଆ ମୁଖ୍ୟ ଶାସନ ସଚିବଙ୍କ ନାମ କଣ ?
୫-ଥିପାଖୋଲ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅଛି?

ଉତ୍ତର-
୧-ଗଜପତି
୨-ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ
୩-୧୧ ଅକ୍ଟୋବର୍ ୧୯୩୮
୪-ଶ୍ର ନଗରୀମୋହନ ପଟ୍ଟନାୟକ
୫-ନୂଆପଡା

Thursday 23 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୩୪ ତା-୨୩ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ସେରଗଡ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଶ୍ରୀ ନବକୃଷ୍ଣ ଚୌଧୁରୀ କେବେ ଜନ୍ମଗ୍ରହଣ କରିଥିଲେ?
୩-ସ୍ବପ୍ନକବି ଉପନାମରେ କେଉଁ କବି ଜଣାଶୁଣା ଅଟନ୍ତି ?
୪-ଲାଡଗଡ ଧାର୍ମିକ ସ୍ଥଳ କେଉଁ ଜିଲ୍ଲାରେ ଅବସ୍ଥିତ ?
୫-ସର୍ବୋଚ୍ଚ ନ୍ୟାୟାଳୟର ପ୍ରଥମ ଓଡିଆ ବିଚାରପତି କିଏ?

ଉତ୍ତର-
୧-ଗଞ୍ଜାମ
୨-୨୩ ନଭେମ୍ବର ୧୯୦୧
୩-ଶ୍ରୀ ପ୍ରମୋଦ କୁମାର ପଣ୍ଡା
୪-ଢେଙ୍କାନାଳ
୫-ଜଷ୍ଟିସ ବାବୁ ଜଗନ୍ନାଥ ଦାସ

Wednesday 22 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୩୩ ତା-୨୨ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ବାଲିପାଟଣା ପାଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"କାରାଗାର କାହାଣୀ" କାହାର ଆତ୍ମଜୀବନୀ ପୁସ୍ତକ ଅଟେ?
୩-ଓଡିଶାର ସର୍ବନିମ୍ନ ବୃଷ୍ଟିପାତ ଅଞ୍ଚଳ କେଉଁଠି ଅଟେ ?
୪-ପ୍ରଥମ ମହିଳା ଓଡିଆ ଡାକ୍ତରଙ୍କ ନାମ କଣ ?
୫-"ଛନ୍ଦକବି" କେଉଁ କବିଙ୍କର ଉପନାମ ଅଟେ ?

ଉତ୍ତର-
୧-ଖୋର୍ଦ୍ଧା
୨-ଶ୍ରୀ ସୁରେନ୍ଦ୍ର ନାଥ ଦ୍ବିବେଦୀ
୩-କୃଷ୍ଣପ୍ରସାଦ
୪-ଡାକ୍ତର କୁନ୍ତଳା କୁମାରୀ ସାବତ
୫-ଶ୍ରୀ ରାଧାମୋହନ ଗଡନାୟକ

Tuesday 21 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୩୨ ତା-୨୧ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ଲମତାପୁଟ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"ମୋ ସ୍ବପ୍ନ ମୋ ଜୀବନ"ଆତ୍ମଜୀବନୀ ପୁସ୍ତକ କିଏ ରଚନା କରିଛନ୍ତି ?
୩-ପ୍ରଥମ ଓଡିଆ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କ ନାମ କଣ?
୪-ଜଉଗଡ ବୌଦ୍ଧ ମଠ କେଉଁ ଜିଲ୍ଲାରେ ଅବସ୍ଥିତ ?
୫-ପ୍ରଥମ ଓଡିଆ ମହିଳା ବଙ୍ଗଳା ଚଳଚ୍ଚିତ୍ର ନାୟିକା କିଏ ?

ଉତ୍ତର-
୧-କୋରାପୁଟ
୨-ଡଃ ରାଧାନାଥ ରଥ
୩-ଶ୍ରୀ ଶ୍ୟାମଚରଣ ତ୍ରିପାଠୀ
୪-ଗଞ୍ଜାମ
୫-ଶ୍ରୀମତି ମହେଶ୍ବେତା ରାୟ

Monday 20 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୩୧ ତା-୨୦ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ରାଜକନିକା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"ସପ୍ତମ ଋତୁ" ପୁସ୍ତକ କିଏ ରଚନା କରିଛନ୍ତି ?
୩-ପ୍ରଥମ ଓଡିଆ ନ୍ୟୁଜ ରିଡର୍ କିଏ ଅଟନ୍ତି ?
୪-ରମାଦେବୀ ଚୌଧୁରୀଙ୍କ ଆତ୍ମଜୀବନୀ ପୁସ୍ତକର ନାମ କଣ?
୫-ପ୍ରଥମ ମହିଳା ମେୟରଙ୍କ ନାମ କଣ ?

ଉତ୍ତର-
୧-କେନ୍ଦ୍ରାପଡା
୨-ଶ୍ରୀ ରମାକାନ୍ତ ରଥ
୩-ଶ୍ରୀ ଦେବପ୍ରସାଦ ଦାସ
୪-ଜୀବନ ପଥେ
୫-ଶ୍ରୀମତି ନିବେଦିତା ପଧାନ

Sunday 19 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୩୦ ତା-୧୯ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ସହରପଦା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"ସାର୍"ଉପାଧିପ୍ରାପ୍ତ ପ୍ରଥମ ଓଡିଆ ଜଣକ କିଏ ଅଟନ୍ତି ?
୩-ଓଡିଶାର ପ୍ରଥମ ଶିଶୁ ପତ୍ରିକାର ନାମ କଣ ?
୪-ନର୍ମଳଝର ଦର୍ଶନୀୟ ସ୍ଥାନ କେଉଁ ଜିଲ୍ଲାରେ ଅବସ୍ଥିତ ?
୫-"ପଦ୍ମମାଳୀ" ଉପନ୍ୟାସ କିଏ ରଚନା କରିଛନ୍ତି ?

ଉତ୍ତର-
୧-କେନ୍ଦୁଝର
୨-ବାମଣ୍ଡା ରାଜା ସୁଢଳ ଦେବ
୩-ପ୍ରଭାତ
୪-ଗଞ୍ଜାମ
୫-ଶ୍ରୀ ଉମେଶ ଚନ୍ଦ୍ର ସରକାର

Saturday 18 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୨୯ ତା-୧୮ ନଭେମ୍ବର ୨୦୧୭

ପ୍ରଶ୍ନ-
୧-କୋକସରା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ପ୍ରଥମ ଓଡିଆ ରେଡିଓ କଳାକାରଙ୍କ ନାମ କଣ ?
୩-"ବନ ଉପବନ " ପୁସ୍ତକ କିଏ ରଚନା କରିଛନ୍ତି ?
୪-ଭୂଶଣ୍ଡେଶ୍ବର ଧାର୍ମିକ ସ୍ଥଳ କେଉଁ ଜିଲ୍ଲାରେ ଅବସ୍ଥିତ ?
୫-ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ କେବେ ଜନ୍ମଗ୍ରହଣ କରିଥିଲେ ?

ଉତ୍ତର-
୧-କଳାହାଣ୍ଡି
୨-ଶ୍ରୀ କାଳୀଚରଣ ପଟ୍ଟନାୟକ
୩-ଶ୍ରୀ ସତ୍ୟନାରାୟଣ ପଣ୍ଡା
୪-ବାଲେଶ୍ବର
୫-୧୬ ନଭେମ୍ବର ୧୯୬୮

Friday 17 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୨୮  ତା-୧୭ ନଭେମ୍ବର ୨୦୧୭

ପ୍ରଶ୍ନ-
୧-କୋଟଗଡ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"ଭଙ୍ଗା ସମୟ"ପୁସ୍ତକ କିଏ ରଚନା କରିଛନ୍ତି ?
୩-ପ୍ରଥମ ଓଡିଆ ଟେଲିଭିଜନ୍ ଧାରାବାହିକ କାର୍ଯ୍ୟକ୍ରମର ନାମ କଣ?
୪-ପ୍ରଥମ ଓଡିଆ ମହିଳା ସମ୍ବାଦିକାଙ୍କ ନାମ କଣ ?
୫-"କଳିଙ୍ଗ ଗାନ୍ଧୀ" ନାମରେ କାହାକୁ ଜଣାଯାଏ ?

ଉତ୍ତର-
୧-କନ୍ଧମାଳ
୨-ଶ୍ରୀ କୃପାସିନ୍ଧୁ ନାୟକ
୩-ଆହୁତି
୪-ପଦ୍ମାଳୟା ଦାସ
୫-ଶ୍ରୀ ଚକ୍ରଧର ବେହେରା

Thursday 16 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୨୭ ତା-୧୬ ନଭେମ୍ବର ୨୦୧୭

ପ୍ରଶ୍ନ-
୧-କଣ୍ଟାପଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"ମିଛ ଖୁସି ସତ ଦୁଃଖ" ପୁସ୍ତକ କିଏ ରଚନା କରିଛନ୍ତି?
୩-ପ୍ରଥମ ଓଡିଆ ଐତିହାସିକଙ୍କ ନାମ କଣ ?
୪-କେଉଁ ପ୍ରଥମ ଓଡିଅା ମହିଳା ହିନ୍ଦୀ ଚଲଚ୍ଚିତ୍ରରେ ଅଭିନୟ କରିଥିଲେ?
୫-ଓଡିଶାର ଦୀର୍ଘତମ ରାଜ୍ୟ ରାଜପଥ ଟି କେଉଁଟି ?

ଉତ୍ତର-
୧-କଟକ
୨-ଡଃ ହୃଷିକେଶ ପଣ୍ଡା
୩-ଶ୍ରୀ ପ୍ୟାରିମୋହନ ଆଚାର୍ଯ୍ୟ
୪-ଶ୍ରୀମତି ଡଲି ଜେନା
୫-ମୋଟୁ ଠାରୁ କଟକ ରାଜ୍ୟ ରାଜପଥ

ଶିକ୍ଷା,ସମାଜ ଓ ସମଲେଶ୍ବରୀ

                                       ସମାଜର ପରିବର୍ତ୍ତନ ପାଇଁ ପ୍ରଥମ ଅସ୍ତ୍ର ଭାବେ ସେ ଶିକ୍ଷାକୁ ଆୟୁଦ୍ଧ କରନ୍ତି |ସେଥିପାଇଁ ପ୍ରାଥମିକ ଶିକ୍ଷା ଉପରେ ପ୍ରାଥମିକତା ଦେଈଛନ୍ତି ପରିବର୍ତ୍ତନର ଏହି ସୁତ୍ରଧର ଜଣକ |ଆଉ ମଧ୍ୟ କହନ୍ତି ଶିକ୍ଷାଦାନ କରିବା ପ୍ରକ୍ରିୟା କେବଳ ଶିକ୍ଷା-ପ୍ରତିଷ୍ଠାନ ଗୁଡିକମଧ୍ୟରେ ସୀମିତ ନରହି ସମାଜର ଦାୟିତ୍ବପୂର୍ଣ ନାଗରିକମାନେ ମଧ୍ୟ ଏହି ମହତ୍ କାର୍ଯ୍ୟରେ ନିଜକୁ ସାମିଲ କରିବା ଅବଶ୍ୟକ|                                                                                                                                                                               ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଅଖ୍ୟାତ ବଉଳପୁର ଗ୍ରାମର ବାସିନ୍ଦା ସମଲେଶ୍ବରୀ ପ୍ରସାଦ ମଲ୍ଲିକ|ସମାଜର ମୁଖ୍ୟସ୍ରୋତରୁ ବଞ୍ଚିତ ହୋଇଥିବା ଅବହେଳିତ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସଂକଳ୍ପବଦ୍ଧ |   ଗରିବ, ଅଦିବାସୀ ଓ ଦଳିତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଘରୋଇ ଶିକ୍ଷା ଯୋଗାଇଦେବା ନିମନ୍ତେ ନିଜକୁ ନିୟୋଜିତ କରିଛନ୍ତି ାଆଜିଠୁ ତିନିବର୍ଷ ପୂର୍ବେ ଯେଉଁ ଶିକ୍ଷାଦାନ ପ୍ରକ୍ରିୟା ଅଲ୍ପକିଛି ଶିଶୁଙ୍କୁ ନେଇ ଶୁଭାରମ୍ଭ ହୋଈଥିଲା ତାହା ଅାଜି ୧୨୦ଶିଶୁଙ୍କୁ ସାମିଲ କରିସାରିଲାଣି |ଯାହା ଗୋଟିଏ ଗ୍ରାମରେ ପ୍ରାରମ୍ଭ ହୋଇଥିଲା ତାହା ଅାଜି ଢେଙ୍କାନାଳ ଜିଲ୍ଲାର ଚାରୋଟି ଗ୍ରାମକୁ ବ୍ୟାପକ ରୂପେ ବ୍ୟାପିସାରିଲାଣି |ଏହି ଶିକ୍ଷାଦାନ ପ୍ରକ୍ରିୟା କେବଳ ପାଠ୍ୟଖସଡା ମଧ୍ୟରେ ସୀମିତ ନରହି ଉଭୟ ପାଠ୍ୟଖସଡା ଅନ୍ତର୍ଗତ ଓ ବହିର୍ଗତ ବିଷୟରେ ମଧ୍ୟ ଯତ୍ନଶୀଳ ଅଟେ |ଶିଶୁ,ଶୈଶବ ଓ ସମ୍ଭାବନାରୁ ଶିଶୁମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ସଂଗ୍ରାମରତ ସମଲେଶ୍ବରୀଙ୍କ ତତ୍ତ୍ବବଧାନରେ ଏହି ଶିକ୍ଷାମନ୍ଦିର |                                                                                                             
                                           ମହାକାଶ ବିଜ୍ଞାନ ବିଭାଗରେ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ଗ୍ରହଣ କରିଥିବା ଓ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ଥିବା ସମଲେଶ୍ବରୀ ଶ୍ରେଣୀ କକ୍ଷ ଶିକ୍ଷାରେ ଗୁରୁତ୍ବଦେବା ସଙ୍ଗେସଙ୍ଗେ ପ୍ରତିଭା ସଂପନ୍ନ ଶିଶୁମାନଙ୍କ ପ୍ରତିଭାର ବିକାଶ ନିମନ୍ତେ ମଧ୍ୟ ସଚେତନ ଅଟନ୍ତି |ସେହି ଛାତ୍ରଛାତ୍ରୀମାନଙ୍କ ବିକାଶ ନିମନ୍ତେ ଗୀତ,ବକୃତା,ନୃତ୍ୟ,ଚିତ୍ରାଙ୍କନ, କ୍ରୀଡା,ଗଳ୍ପଲିଖନ ପାଈଁ ଶିକ୍ଷାଦେବା ସହ ଦକ୍ଷତା ବିକାଶ ନିମନ୍ତେ ମଧ୍ୟ ତାଲିମ୍ ପ୍ରଦାନ କରାଯାଉଛି |
                     
                                                               ମହାକାଶବିଜ୍ଞାନ ଯନ୍ତ୍ରୀ ଭାବରେ ନିଜର ଚାକିରୀ ଛାଡିଥିବା  ସମଲେଶ୍ବରୀ ନିଜ ଜୀବନର ସମସ୍ତ ସମୟ ସମାଜର ସେବା ପାଈଁ ଉତ୍ସର୍ଗ କରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି |ତାଙ୍କଠାରୁ ଶିକ୍ଷାଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କର ଫଳାଫଳ ଠିକ୍ ଆସିବା ସହ ତାହା ବିଦ୍ୟାଳୟ ଗୁଡିକରେ ଗ୍ରହଣଯୋଗ୍ୟ ହୋଇପାରିଛି   |ଶୃଙ୍ଖଳିତ ଛାତ୍ରଛାତ୍ରୀ ସୃଷ୍ଟିକରିବାରେ ତାଙ୍କର ଶିକ୍ଷାଳୟକୁ ପ୍ରସଂସା କରାଯାଉଥିବାରୁ ଆତ୍ମସନ୍ତୋଷ ପାଇଥାନ୍ତି ସମଲେଶ୍ବରୀ |
                                                   ଓଡିଶାର ପ୍ରମୁଖ ଦୃଶ୍ୟସ୍ରାବ୍ୟ ଗଣମାଧ୍ୟମ "ଓଟିଭି" ଦ୍ବାରା ଅୟୋଜିତ "ମୁଁ ବି ହେବି ନେତା" କାର୍ଯ୍ୟକ୍ରମରେ ସାରା ଓଡିଶାବାସୀଙ୍କୁ ନିଜର ଉଭୟ କଥାଶୈଳୀ ଓ କାର୍ଯ୍ୟଶୈଳୀ ମାଧ୍ୟମରେ ମୁଗ୍ଧ କରିପାରିଥିଲେ ସମଲେଶ୍ବରୀ ପ୍ରସାଦ |ବିଚାରକମଣ୍ଡଳୀ ତାଙ୍କ ପ୍ରଦର୍ଶନର ମୂଲ୍ୟାଙ୍କନ କରି ଦ୍ବିତୀୟ-ଉପବିଜେତା ଘୋଷଣା କରିବା ତାଙ୍କ କାର୍ଯ୍ୟର ପ୍ରମାଣପତ୍ର ଅଟେ |
                                                                 ବର୍ତ୍ତମାନ ଗୋଟିଏ ପାଦ ଆଗକୁ ଯାଇ ସମଲେଶ୍ବରୀ ନିଜର ଛଅଜଣ ସହଯୋଗୀଙ୍କୁ ନେଇ ଗୋଟିଏ ଚାପପ୍ରୟୋଗ ଦଳ ଗଠନ କରିଛନ୍ତି |ଏହି ଚାପପ୍ରୟୋଗ ଦଳ ବିଦ୍ୟାଳୟ ଗୁଡିକରେ ଖାଲିପଡିଥିବା ଶିକ୍ଷକ ପଦବୀ ପୂରଣ ଦିଗକୁ ଗୁରୁତ୍ବ ଦେବା ସହ ବିଦ୍ୟାଳୟଗୁଡିକର ଅନ୍ୟାନ୍ୟ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବେ |ଆଶା କରାଯାଉଛି ଯାହା ପରିବର୍ତ୍ତନରେ ସହାୟକ ହେବ |

                                                                  ଉଭୟ କ୍ରୀଡା ଓ ବିଜ୍ଞାନର ବିକାଶ ନିମନ୍ତେ ପ୍ରତିବର୍ଷ ନିଜ ଅଞ୍ଚଳରେ ଯଥାକ୍ରମେ କ୍ରୀଡା ଶିବିର ଓ ବିଜ୍ଞାନ ମେଳା ଆୟୋଜିତ କରିଆସୁଛନ୍ତି |ଏହାବ୍ୟତିତ ନିଜ ଅଞ୍ଚଳରେ ଏକ ସର୍ବସାଧାରଣ ପାଠାଗାର ସ୍ଥାପନ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି ସମଲେଶ୍ବରୀ ଓ ତାଙ୍କ ସାଥି |

Wednesday 15 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୨୬ ତା-୧୫ ନଭେମ୍ବର ୨୦୧୭

ପ୍ରଶ୍ନ-
୧-କଣିହା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-"କୋଶଲିକା" ସମାଲୋଚନା ଗ୍ରନ୍ଥ କିଏ ରଚନା କରିଛନ୍ତି?
୩-କୁଲଡିହା ଅଭୟାରଣ୍ୟ କେଉଁ ଜିଲ୍ଲାରେ ଅଛି ?
୪-ପଣ୍ଡିତ ନୀଳକଣ୍ଠ ଦାସ କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ?
୫-ଓଡିଶା ବିଧାନସଭାର କେତୋଟି ଆସନ ଅନୁସୂଚିତ ଜାତି ସଂରକ୍ଷିତ ଅଛି?

ଉତ୍ତର-
୧-ଅନୁଗୁଳ
୨-ଡଃ ନୀଳମାଧବ ପାଣିଗ୍ରାହୀ
୩-ବାଲେଶ୍ବର
୪-ଶ୍ରୀରାମଚନ୍ଦ୍ରପୁର ଶାସନ(ପୁରୀ)
୫-୨୩ଟି ଆସନ

Tuesday 14 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୨୫ ତା-୧୪ ନଭେମ୍ବର ୨‍୦୧୭

ପ୍ରଶ୍ନ-
୧-ନୂଆଗଡ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବାଇଶପଲୀ ଅଭୟାରଣ୍ୟ କେଉଁ ଜିଲ୍ଲାରେ ଅବସ୍ଥିତ ?
୩-ଭାରତୀୟ ତୈଳ ନିଗମର ବୃହତ୍ତମ ତୈଳ ବିଶୋଧନାଗାର କେଉଁଠାରେ ଅଛି?
୪-ସୂର୍ଯ୍ୟସ୍ନାତ ପ୍ରବନ୍ଧ ପୁସ୍ତକ କିଏ ରଚନା କରିଛନ୍ତି?
୫-ସାଲେପୁର ମିଠା(ରସଗୋଲା)ର ଜନକ କାହାକୁ କୁହାଯାଏ?

ଉତ୍ତର-
୧-ଗଜପତି
୨-ନୟାଗଡ
୩-ପାରାଦ୍ବୀପ
୪-ଡଃ ଯତିନ୍ଦ୍ର ମୋହନ ମହାନ୍ତି
୫-ଶ୍ରୀ ବିକଳାନନ୍ଦ କର

Monday 13 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୨୪ ତା-୧୩ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ଶୂଳିଆପଦା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଚନ୍ଦ୍ରଗିରି ପର୍ବତ ଶୃଙ୍ଗ କେଉଁ ଜିଲ୍ଲାରେ ଅବସ୍ଥିତ ?
୩-ଶାସ୍ତି ପୁସ୍ତକ କିଏ ରଚନା କରିଛନ୍ତି ?
୪-ମାୟାଧର ମାନସିଂହ କେବେ ଜନ୍ମଗ୍ରହଣ କରିଥିଲେ?
୫-କଟକ-ଭୁବନେଶ୍ବର କମିଶନରେଟ୍ ପୋଲିସର ପ୍ରଥମ କମିଶନର୍ କିଏ ଥିଲେ?

ଉତ୍ତର-
୧-ମୟୁରଭଞ୍ଜ
୨-ଗଜପତି
୩-କାହ୍ନୁଚରଣ ମହାନ୍ତି
୪-୧୩ ନଭେମ୍ବର ୧୯୦୫
୫-ସ୍ବର୍ଗତ ବିନୟ ବେହେରା

Sunday 12 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୨୩ ତା-୧୨ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ବାଲିଅନ୍ତା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଓଡିଶାର କେଉଁ ସ୍ଥାନକୁ "ପକ୍ଷୀତୀର୍ଥ" ମାନ୍ୟତ‍ ମିଳିଛି?
୩-"ଅନନ୍ତ ବାସୁଦେବ" ମନ୍ଦିର କିଏ ନିର୍ମାଣ କରିଥିଲେ?
୪-ଗହୀରମଥା ଅଭୟାରଣ୍ୟ କେଉଁ ଜିଲ୍ଲାରେ ଅଛି ?
୫-ଜଗନ୍ନାଥ ପ୍ରସାଦ ଦାସ କେଉଁ ପୁସ୍ତକ ପାଇଁ ସରସ୍ବତୀ ସମ୍ମାନ ପାଇଥିଲେ?

ଉତ୍ତର-
୧-ଖୋର୍ଦ୍ଧା
୨-ଚିଲିକା
୩-ରାଣୀ ଚନ୍ଦ୍ରିକାଦେବୀ
୪-କେନ୍ଦ୍ରାପଡା
୫-ପରିକ୍ରମା

Saturday 11 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୨୨ ତା-୧୧ ନଭେମ୍ବର ୨୦୧୭

ପ୍ରଶ୍ନ-
‍୧-କୋଦଳା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଓଡିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି କିଏ?
 ୩-କେଉଁ ପର୍ବରେ "ଏଣ୍ଡୁରି ପିଠାର"ସ୍ବତନ୍ତ୍ରତା ରହିଥାଏ?
 ୪-"ବକ୍ସି ଜଗବନ୍ଧୁ" ସାହିତ୍ୟକୃତୀ କିଏ ରଚନା କରିଛନ୍ତି ?
 ୫- ବିଜୁ ପଟ୍ଟନାୟକ ବିମାନବନ୍ଦର କେବେ ଆନ୍ତର୍ଜାତିକ ସ୍ବିକୃତି ପାଇଥିଲା?

ଉତ୍ତର-
୧-ଗଞ୍ଜାମ
୨-ମାନ୍ୟବର ବିଚାରପତି ଶ୍ରୀ ବୀରକିଶୋର ରାୟ
୩-ପ୍ରଥମାଷ୍ଟମୀ
୪-ଶ୍ରୀ ମନୋରଞ୍ଜନ ଦାସ
୫-୩୦ ଅକ୍ଟୋବର ୨୦୧୩

Friday 10 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୨୧ ତା-୧୦ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ପାପଡାହାଣ୍ଡି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଫକୀରମୋହନ ସେନାପତି କେବେ ଇହଧାମ ତ୍ୟାଗ କରିଥିଲେ?
୩-ପ୍ରଗତିବାଦୀ ଖବରକାଗଜର ପ୍ରତିଷ୍ଠାତାଙ୍କ ନାମ କଣ?
୪-ସାଳନ୍ଦୀ ନଦୀ କେଉଁଠାରୁ ଉତ୍ପତ୍ତି ହୋଇଅଛି ?
୫-"କାବ୍ୟଶିଳ୍ପୀ ଗଙ୍ଗାଧର" ପୁସ୍ତକ କିଏ ରଚନା କରିଛନ୍ତି?

ଉତ୍ତର-
୧-ନବରଙ୍ଗପୁର
୨-୧୪ ଜୁନ୍ ୧୯୧୮ ମସିହାରେ
୩-ଶ୍ରୀ ପ୍ରଦ୍ୟୁମ୍ନ ବଳ
୪-ଶିମିଳିପାଳ
୫-ଗୋବିନ୍ଦଚନ୍ଦ୍ର ଉଦ୍ଗାତା

Thursday 9 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୨୦ ତା-୯ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ଗୁରୁଣ୍ଡିଆ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଦେବକୁଣ୍ଡ ଜଳପ୍ରପାତ କେଉଁ ଜିଲ୍ଲାରେ ଅଛି ?
୩-"ମନବୋଧ ଚଉତିଶା" କିଏ ରଚନା କରିଛନ୍ତି ?
୪- ସିଙ୍କାରାମ ପର୍ବତ ଶୃଙ୍ଗର ଉଚ୍ଚତା କେତେ ଅଟେ?
୫-କେନ୍ଦ୍ରିୟ ଧାନ ଗବେଷଣା କେନ୍ଦ୍ର କେବେ କଟକରେ ପ୍ରତିଷ୍ଠା ହୋଇଥିଲା?

ଉତ୍ତର-
୧-ସୁନ୍ଦରଗଡ
୨-ମୟୁରଭଞ୍ଜ
୩-ଭକ୍ତଚରଣ ଦାସ
୪-୧୬୨୦ ମିଟର
୫-୧୯୪୬ ମସିହାରେ

Wednesday 8 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୧୯ ତା-୮ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ପାଇକମାଳ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ସମାଜସେବୀ ଶ୍ରୀ ପ୍ରଦ୍ୟୁମ୍ନ ବଳ କେବେ ଜନ୍ମଗ୍ରହଣ କରିଥିଲେ?
୩-ବାଫଲିମାଳି ପର୍ବତ ଶୃଙ୍ଗ କେଉଁ ଜିଲ୍ଲାରେ ଅବସ୍ଥିତ ?
୪-"ସମର ତରଙ୍ଗ" ପୁସ୍ତକ କିଏ ରଚନା କରିଛନ୍ତି ?
୫-ପ୍ରଥମ ଉତ୍କଳମଣି ଗୋପବନ୍ଧୁ ଦାସ ସମ୍ମାନ କିଏ ପାଇଛନ୍ତି?

ଉତ୍ତର-
୧-ବରଗଡ
୨-୦୮ ନଭେମ୍ବର ୧୯୩୨
୩-କଳାହାଣ୍ଡି
୪-ଶ୍ରୀ ବ୍ରଜନାଥ ବଡଜେନା
୫-ଡାକ୍ତର ଓମ୍କାର ହୋତା

Tuesday 7 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୧୮ ତା-୭ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ଧନକଉଡା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ରଘୁ-ଦିବାକରଙ୍କୁ କେଉଁ ଜେଲ୍ ରେ ଫାଶୀ ଦିଆଯାଇଥିଲା?
୩-"ଆହ୍ନିକ" ପୁସ୍ତକ କିଏ ରଚନା କରିଛନ୍ତି ?
୪-ଓଡିଶାର ପ୍ରଥମ ମହିଳା ଔପନ୍ୟାସିକା କିଏ ଅଟନ୍ତି?
୫-କିରଣ ମନୀଷା ମହାନ୍ତି କେଉଁ ଖେଳ ସହ ସମ୍ପୃକ୍ତ ?

ଉତ୍ତର-
୧-ସମ୍ବଲପୁର
୨-ଭରତପୁର
୩-ଡଃ ଜଗନ୍ନାଥ ପ୍ରସାଦ ଦାସ
୪-ସାହିତ୍ୟ ଭାରତୀ ଡଃ କୁନ୍ତଳା କୁମାରୀ ସାବତ
୫-ଚେସ୍

Monday 6 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୧୭ ତା-୬ ନଭେମ୍ବର ୨୦୧୭

ପ୍ରଶ୍ନ-
୧-କୃଷ୍ଣପ୍ରସାଦ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ପଣ୍ଡିତ ନୀଳକଣ୍ଠ ଦାସ କେବେ ଇହଧାମ ତ୍ୟାଗ କରିଥିଲେ?
୩-ଭୁବନେଶ୍ବର ସ୍ଥିତ ବ୍ରାହ୍ମେଶ୍ବର ମନ୍ଦିର କିଏ ନିର୍ମାଣ କରିଥିଲେ?
୪-ତଳସାରୀ ବେଳାଭୂମି କେଉଁ ଜିଲ୍ଲାରେ ଅବସ୍ଥିତ ?
୫-"ବିଚିତ୍ର ରାମାୟଣ" କିଏ ରଚନା କରିଛନ୍ତି ?

ଉତ୍ତର-
୧-ପୁରୀ
୨-୦୬ ନଭେମ୍ବର ୧୯୬୭
୩-ରାଣୀ କଳାବତୀ ଦେବୀ
୪-ବାଲେଶ୍ବର
୫-ଶ୍ରୀ ବିଶ୍ବନାଥ ଖୁଣ୍ଟିଆ

Sunday 5 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧‍୧୬ ତା-୫ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ବାରଙ୍ଗ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଉତ୍ତର ଓଡିଶା ବିଶ୍ବବିଦ୍ଯାଳୟ କେବେ ସ୍ଥାପିତ ହୋଇଥିଲା?
୩-"ମନର ମାନଚିତ୍ର" କିଏ ରଚନା କରିଛନ୍ତି ?
୪-ଡୋଡାସାରୁ ପର୍ବତ ଶୃଙ୍ଗ କେଉଁ ଜିଲ୍ଲାରେ ଅବସ୍ଥିତ ?
୫-କଟକ ସ୍ଥିତ ଧବଳେଶ୍ବର ମନ୍ଦିର କିଏ ନିର୍ମାଣ କରିଥିଲେ?

ଉତ୍ତର-
୧-କଟକ
୨-୧୯୯୯ ମସିହାରେ
୩-ଶ୍ରୀ ବ୍ରଜନାଥ ରଥ
୪-କନ୍ଧମାଳ
୫-ଗଜପତି ପ୍ରତାପରୁଦ୍ର ଦେବ

Saturday 4 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୧୫ ତା-୦୪ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ଟିକାବାଲି ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବର୍ତ୍ତମାନ "ସମୟ" ଖବରକାଗଜର ମୁଖ୍ୟ ସମ୍ପାଦକ କିଏ ଅଛନ୍ତି?
୩-ଭଜନ ସମ୍ରାଟ ଭିକାରି ବଳ କେବେ ଇହଧାମ ତ୍ୟାଗ କରିଥିଲେ?
୪-ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ଦାସିଆ ବାଉରିଙ୍କ ଗ୍ରାମର ନାମ କଣ?
୫-"ଶାନ୍ତିଶିଖା" ସାହିତ୍ୟ କୃତି କେଉଁ ସାହିତ୍ୟିକଙ୍କ ଅଟେ ?

ଉତ୍ତର-
୧-କନ୍ଧମାଳ
୨-ଶ୍ରୀ ସାତକଡି ହୋତା
୩-୦୨ ନଭେମ୍ବର ୨୦୧୦
୪-ବାଲିଗାଁ
୫-ଶ୍ରୀ ଅନନ୍ତ ପଟ୍ଟନାୟକ

Friday 3 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୧୪ ତା-୩ ନଭେମ୍ବର ୨୦୧୭

ପ୍ରଶ୍ନ-
୧-ଅସ୍ତରଙ୍ଗ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ବିଲଙ୍କା ରାମାୟଣ କିଏ ରଚନା କରିଛନ୍ତି ?
୩-ଫକୀର ମୋହନ ବିଶ୍ବବିଦ୍ଯାଳୟ ଆଉ କେଉଁ ନାମରେ ପରିଚିତ?
୪-ଶ୍ରୀ ଚୈତନ୍ଯ କେବେ ପୁରୀକୁ ଆସିଥିଲେ?
୫-୨୦୧୧ ଜନଗଣନା ଅନୁସାରେ ଓଡିଶାରେ ଲିଙ୍ଗ ଅନୁପାତ କେତେ?

ଉତ୍ତର-
୧-ପୁରୀ
୨-ଶ୍ରୀ ସାରଳା ଦାସ
୩-ବ୍ୟାସବିହାର
୪-୧୫୧୦ ଖ୍ରୀଷ୍ଟାଦ୍ଦରେ
୫-୧୦୦୦ ଜଣ ପୁରୁଷରେ ୯୭୮ ଜଣ ମହିଳା

Thursday 2 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୧୩ ତା-୨ ନଭେମ୍ବର ୨୦୧୭

ପ୍ରଶ୍ନ-
୧-କୁଜଙ୍ଗ ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଉଷାକୋଠି ଅଭୟାରଣ୍ୟ କେଉଁ ଜିଲ୍ଲାରେ ଅବସ୍ଥିତ ?
୩-ଜାତୀୟ ଆଇନ ବିଶ୍ବବିଦ୍ଯାଳୟ ଓଡିଶାରେ କେବେ ସ୍ଥାପିତ ହୋଇଥିଲା?
୪-ଶ୍ରୀ ହରପ୍ରସାଦ ଦାସ କେଉଁ ପୁସ୍ତକ ପାଇଁ ମୂର୍ତ୍ତିଦେବୀ ପୁରସ୍କାର ପାଇଥିଲେ?
୫-ବର୍ତ୍ତମାନ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି କିଏ ଅଛନ୍ତି?

ଉତ୍ତର-
୧-ଜଗତସିଂହପୁର
୨-ସମ୍ବଲପୁର
୩-୨୦୦୯ ମସିହାରେ
୪-"ବଂଶ" ପୁସ୍ତକ
୫-ମାନ୍ୟବର ବିଚାରପତି ଶ୍ରୀ ବିନିତ ଶରଣ

Wednesday 1 November 2017

ଓଡିଶା ସାଧାରଣଜ୍ଞାନ

ଓଡିଶା ସାଧାରଣଜ୍ଞାନ-୧୧୨ ତା-୦୧ ନଭେମ୍ବର ୨୦୧୭

ପ୍ରଶ୍ନ-
୧-କୁଡୁମୁଲୁଗୁମା ପଞ୍ଚାୟତ ସମିତି କେଉଁ ଜିଲ୍ଲାରେ ଅବସ୍ଥିତ ?
୨-ଓଡିଶାର ଜନସଂଖ୍ୟା ସମଗ୍ର ଭାରତ ଜନସଂଖ୍ୟାର କେତେ ପ୍ରତିଶତ?
୩-"ସୂର୍ଯ୍ୟାସ୍ତ ପରେ" ପୁସ୍ତକ କିଏ ରଚନା କରିଛନ୍ତି ?
୪-ବ୍ରହ୍ମପୁର ବିଶ୍ବବିଦ୍ଯାଳୟ କେଉଁ ମସିହାରେ ସ୍ଥାପିତ ହୋଇଥିଲା?
୫-ଟମକା ପର୍ବତ ଶୃଙ୍ଗ କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର-
୧-ମାଲକାନଗିରି
୨-୩.୪୭ ପ୍ରତିଶତ
୩-ସ୍ବର୍ଗତ ପୂର୍ଣ୍ଣେନ୍ଦୁ ମିଶ୍ର
୪-୧୯୬୭ ମସିହାରେ
୫-କେନ୍ଦୁଝର