Thursday 16 November 2017

ଶିକ୍ଷା,ସମାଜ ଓ ସମଲେଶ୍ବରୀ

                                       ସମାଜର ପରିବର୍ତ୍ତନ ପାଇଁ ପ୍ରଥମ ଅସ୍ତ୍ର ଭାବେ ସେ ଶିକ୍ଷାକୁ ଆୟୁଦ୍ଧ କରନ୍ତି |ସେଥିପାଇଁ ପ୍ରାଥମିକ ଶିକ୍ଷା ଉପରେ ପ୍ରାଥମିକତା ଦେଈଛନ୍ତି ପରିବର୍ତ୍ତନର ଏହି ସୁତ୍ରଧର ଜଣକ |ଆଉ ମଧ୍ୟ କହନ୍ତି ଶିକ୍ଷାଦାନ କରିବା ପ୍ରକ୍ରିୟା କେବଳ ଶିକ୍ଷା-ପ୍ରତିଷ୍ଠାନ ଗୁଡିକମଧ୍ୟରେ ସୀମିତ ନରହି ସମାଜର ଦାୟିତ୍ବପୂର୍ଣ ନାଗରିକମାନେ ମଧ୍ୟ ଏହି ମହତ୍ କାର୍ଯ୍ୟରେ ନିଜକୁ ସାମିଲ କରିବା ଅବଶ୍ୟକ|                                                                                                                                                                               ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଅଖ୍ୟାତ ବଉଳପୁର ଗ୍ରାମର ବାସିନ୍ଦା ସମଲେଶ୍ବରୀ ପ୍ରସାଦ ମଲ୍ଲିକ|ସମାଜର ମୁଖ୍ୟସ୍ରୋତରୁ ବଞ୍ଚିତ ହୋଇଥିବା ଅବହେଳିତ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସଂକଳ୍ପବଦ୍ଧ |   ଗରିବ, ଅଦିବାସୀ ଓ ଦଳିତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଘରୋଇ ଶିକ୍ଷା ଯୋଗାଇଦେବା ନିମନ୍ତେ ନିଜକୁ ନିୟୋଜିତ କରିଛନ୍ତି ାଆଜିଠୁ ତିନିବର୍ଷ ପୂର୍ବେ ଯେଉଁ ଶିକ୍ଷାଦାନ ପ୍ରକ୍ରିୟା ଅଲ୍ପକିଛି ଶିଶୁଙ୍କୁ ନେଇ ଶୁଭାରମ୍ଭ ହୋଈଥିଲା ତାହା ଅାଜି ୧୨୦ଶିଶୁଙ୍କୁ ସାମିଲ କରିସାରିଲାଣି |ଯାହା ଗୋଟିଏ ଗ୍ରାମରେ ପ୍ରାରମ୍ଭ ହୋଇଥିଲା ତାହା ଅାଜି ଢେଙ୍କାନାଳ ଜିଲ୍ଲାର ଚାରୋଟି ଗ୍ରାମକୁ ବ୍ୟାପକ ରୂପେ ବ୍ୟାପିସାରିଲାଣି |ଏହି ଶିକ୍ଷାଦାନ ପ୍ରକ୍ରିୟା କେବଳ ପାଠ୍ୟଖସଡା ମଧ୍ୟରେ ସୀମିତ ନରହି ଉଭୟ ପାଠ୍ୟଖସଡା ଅନ୍ତର୍ଗତ ଓ ବହିର୍ଗତ ବିଷୟରେ ମଧ୍ୟ ଯତ୍ନଶୀଳ ଅଟେ |ଶିଶୁ,ଶୈଶବ ଓ ସମ୍ଭାବନାରୁ ଶିଶୁମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ସଂଗ୍ରାମରତ ସମଲେଶ୍ବରୀଙ୍କ ତତ୍ତ୍ବବଧାନରେ ଏହି ଶିକ୍ଷାମନ୍ଦିର |                                                                                                             
                                           ମହାକାଶ ବିଜ୍ଞାନ ବିଭାଗରେ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ଗ୍ରହଣ କରିଥିବା ଓ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ଥିବା ସମଲେଶ୍ବରୀ ଶ୍ରେଣୀ କକ୍ଷ ଶିକ୍ଷାରେ ଗୁରୁତ୍ବଦେବା ସଙ୍ଗେସଙ୍ଗେ ପ୍ରତିଭା ସଂପନ୍ନ ଶିଶୁମାନଙ୍କ ପ୍ରତିଭାର ବିକାଶ ନିମନ୍ତେ ମଧ୍ୟ ସଚେତନ ଅଟନ୍ତି |ସେହି ଛାତ୍ରଛାତ୍ରୀମାନଙ୍କ ବିକାଶ ନିମନ୍ତେ ଗୀତ,ବକୃତା,ନୃତ୍ୟ,ଚିତ୍ରାଙ୍କନ, କ୍ରୀଡା,ଗଳ୍ପଲିଖନ ପାଈଁ ଶିକ୍ଷାଦେବା ସହ ଦକ୍ଷତା ବିକାଶ ନିମନ୍ତେ ମଧ୍ୟ ତାଲିମ୍ ପ୍ରଦାନ କରାଯାଉଛି |
                     
                                                               ମହାକାଶବିଜ୍ଞାନ ଯନ୍ତ୍ରୀ ଭାବରେ ନିଜର ଚାକିରୀ ଛାଡିଥିବା  ସମଲେଶ୍ବରୀ ନିଜ ଜୀବନର ସମସ୍ତ ସମୟ ସମାଜର ସେବା ପାଈଁ ଉତ୍ସର୍ଗ କରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି |ତାଙ୍କଠାରୁ ଶିକ୍ଷାଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କର ଫଳାଫଳ ଠିକ୍ ଆସିବା ସହ ତାହା ବିଦ୍ୟାଳୟ ଗୁଡିକରେ ଗ୍ରହଣଯୋଗ୍ୟ ହୋଇପାରିଛି   |ଶୃଙ୍ଖଳିତ ଛାତ୍ରଛାତ୍ରୀ ସୃଷ୍ଟିକରିବାରେ ତାଙ୍କର ଶିକ୍ଷାଳୟକୁ ପ୍ରସଂସା କରାଯାଉଥିବାରୁ ଆତ୍ମସନ୍ତୋଷ ପାଇଥାନ୍ତି ସମଲେଶ୍ବରୀ |
                                                   ଓଡିଶାର ପ୍ରମୁଖ ଦୃଶ୍ୟସ୍ରାବ୍ୟ ଗଣମାଧ୍ୟମ "ଓଟିଭି" ଦ୍ବାରା ଅୟୋଜିତ "ମୁଁ ବି ହେବି ନେତା" କାର୍ଯ୍ୟକ୍ରମରେ ସାରା ଓଡିଶାବାସୀଙ୍କୁ ନିଜର ଉଭୟ କଥାଶୈଳୀ ଓ କାର୍ଯ୍ୟଶୈଳୀ ମାଧ୍ୟମରେ ମୁଗ୍ଧ କରିପାରିଥିଲେ ସମଲେଶ୍ବରୀ ପ୍ରସାଦ |ବିଚାରକମଣ୍ଡଳୀ ତାଙ୍କ ପ୍ରଦର୍ଶନର ମୂଲ୍ୟାଙ୍କନ କରି ଦ୍ବିତୀୟ-ଉପବିଜେତା ଘୋଷଣା କରିବା ତାଙ୍କ କାର୍ଯ୍ୟର ପ୍ରମାଣପତ୍ର ଅଟେ |
                                                                 ବର୍ତ୍ତମାନ ଗୋଟିଏ ପାଦ ଆଗକୁ ଯାଇ ସମଲେଶ୍ବରୀ ନିଜର ଛଅଜଣ ସହଯୋଗୀଙ୍କୁ ନେଇ ଗୋଟିଏ ଚାପପ୍ରୟୋଗ ଦଳ ଗଠନ କରିଛନ୍ତି |ଏହି ଚାପପ୍ରୟୋଗ ଦଳ ବିଦ୍ୟାଳୟ ଗୁଡିକରେ ଖାଲିପଡିଥିବା ଶିକ୍ଷକ ପଦବୀ ପୂରଣ ଦିଗକୁ ଗୁରୁତ୍ବ ଦେବା ସହ ବିଦ୍ୟାଳୟଗୁଡିକର ଅନ୍ୟାନ୍ୟ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବେ |ଆଶା କରାଯାଉଛି ଯାହା ପରିବର୍ତ୍ତନରେ ସହାୟକ ହେବ |

                                                                  ଉଭୟ କ୍ରୀଡା ଓ ବିଜ୍ଞାନର ବିକାଶ ନିମନ୍ତେ ପ୍ରତିବର୍ଷ ନିଜ ଅଞ୍ଚଳରେ ଯଥାକ୍ରମେ କ୍ରୀଡା ଶିବିର ଓ ବିଜ୍ଞାନ ମେଳା ଆୟୋଜିତ କରିଆସୁଛନ୍ତି |ଏହାବ୍ୟତିତ ନିଜ ଅଞ୍ଚଳରେ ଏକ ସର୍ବସାଧାରଣ ପାଠାଗାର ସ୍ଥାପନ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି ସମଲେଶ୍ବରୀ ଓ ତାଙ୍କ ସାଥି |

No comments:

Post a Comment