Thursday 13 July 2017

ଜନସଂଖ୍ୟା ବୃଦ୍ଧି ,ଏଥିରେ ସ୍ଥିରତା ଓ ସମାଜ

ଜନସଂଖ୍ୟା ବୃଦ୍ଧି ,ଏଥିରେ ସ୍ଥିରତା ଓ ସମାଜ

ସୀମିତ ସ୍ଥାନ ଅଧିକୃତ ଧରାମଣ୍ଡଳ ପୃଥିବୀରେ ତଥା ଭାରତବର୍ଷରେ ଦିନକୁ ଦିନ ଜନସଂଖ୍ୟା ବହୁପରିମାଣରେ ବଢିଚାଲୁଛି।ଫେଲ୍ ମାରୁଛି "ଆମେ ଦୁଇ ଆମର୍ ଦୁଇ""ବେଟି ବଚାଓ ବେଟି ପଢାଓ""ଛୋଟ ପରିବାର ସୁଖି ପରିବାର"ଏମିତି ଅନେକ ନାରା।ସମ୍ପ୍ରତି ଏହା ଏକ ମାନବକୃତ ସମାଜିକ ବ୍ୟାଧି ପାଲଟିଗଲାଣି।ଯାହା ଆଗାମୀ କାଲିର ଯୁବ ସମାଜ ପାଇଁ ଅନେକ ବିପଦର ଆହ୍ବାନ ସୃଷ୍ଟି କରୁଛି।ଆମ ପାଖରେ ସୀମିତ ସମ୍ବଳ ଥାଇ ଅସୀମିତ ଜନସଂଖ୍ୟା ବୃଦ୍ଧି ହେଉଥିବା କାରଣରୁ ସ୍ଥାନ ଠାରୁ ଆରମ୍ଭ କରି ଜଳ,ଚାଷ ଜମି,ଜଙ୍ଗଲ ଜମି ଓ ଅମ୍ଳଜାନ,ଅଙ୍ଗାରକାମ୍ଳ ତଥା ଅନେକ ପ୍ରାକୃତିକ ସମ୍ପଦର ଅବକ୍ଷୟ ସହ ଘୋର ଅଭାବ ଦେଖାଯାଉଛି।ପ୍ରାକୃତି ସମ୍ପଦର ଅଭାବ ସହ ଖାଦ୍ୟ ଓ ଅର୍ଥର ମଧ୍ୟ କୃତ୍ରିମ ଅଭାବ ସୃଷ୍ଟି ହେଉଛି ଯାହା ଜନସାଧାରଣଙ୍କ ଜୀବନଧାରଣ ମାନରେ ଅନେକ ପ୍ରଭାବ ବିସ୍ତାର କରୁଛି।ସାରା ଭାରତବର୍ଷ ମେକ୍ ଇନ୍ ଇଣ୍ଡିଆ,ଡିଜିଟାଲ୍ ଇଣ୍ଡିଆ ପଥେ ଅଗ୍ରସର ହେଉଥିବା ବେଳେ ଜନସଂଖ୍ୟା ବୃଦ୍ଧି ଏକ ପ୍ରତିବନ୍ଧକ ରୂପେ ଉଭା ହେଉଛି।

ଜନସଂଖ୍ୟା ବୃଦ୍ଧିର କାରଣ-
କୁସଂସ୍କାର,ଅଶିକ୍ଷା ,ଅନ୍ଧବିଶ୍ବାସ ଜନସଂଖ୍ୟା ବୃଦ୍ଧିର ପ୍ରମୁଖ କାରଣ।ଅନ୍ଧବିଶ୍ବାସୀ ଲୋକଙ୍କ ନିକଟରେ ଜନ୍ମନିୟନ୍ତ୍ରଣ ଏକ କାଠିକର ପାଠ।"ବାଲ୍ୟବିବାହ" ଜନସଂଖ୍ୟା ବୃଦ୍ଧିର ଅୟଂଆରମ୍ଭ।ବାଲ୍ୟବିବାହ ଆଇନ୍ ଅନୁଯାଇ ଅପରାଧ ହୋଇଥିଲେ ମଧ୍ୟ ଏହି ସାମାଜିକ କୁସଂସ୍କାରରୁ ଆମ ସମାଜ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରିନାହିଁ।ଯାହାଦ୍ବାରା ଅନେକ ନିରୀହ ଶିଶୁକନ୍ୟା ବାଲ୍ୟବିବାହର ଶିକାର ହେଉଛନ୍ତି।ଗ୍ରାମଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହାର ମାତ୍ରା ଯଥେଷ୍ଟ ଅଧିକ ,ଏଥିରୁ ପୁଅମାନେ ମଧ୍ୟ ବାଦ୍ ପଡୁନାହାନ୍ତି।ପିତାମାତାଙ୍କ ପୁତ୍ରମୋହ ମଧ୍ୟ ଜନସଂଖ୍ୟା ବୃଦ୍ଧିର ଅନ୍ୟ ଏକ ପ୍ରମୁଖ କାରଣ।ପୁତ୍ରାଶୟୀ ପିତାମାତା ଅନିଚ୍ଛା ସତ୍ତ୍ବେ ଅନେକ କନ୍ୟାସନ୍ତାନଙ୍କୁ ଜନ୍ମଦେଉଛନ୍ତି।ଯାହା ଜନସଂଖ୍ୟା ବୃଦ୍ଧିରେ ସହାୟକ ହେଉଛି।  ନଚେତ୍ ସେମାନେ ମାନବିକତା ହରାଇ ଶିଶୁକନ୍ୟା ମାନଙ୍କୁ ନାଳ,ନର୍ଦମା,ଖତଗଦା ଗୁଡିକରେ ଫିଙ୍ଗିଦେବାକୁ ମଧ୍ୟ ପଛାଉ ନାହଁନ୍ତି।ଏହା ଆମ ବିଜ୍ଞାନମୁଖି ସମାଜର ବିଳକ୍ଷଣ ନୁହେଁ ତ ଆଉ କଣ?ବସ୍ତବରେ ଜନ ଅସଚେତନତା ହିଁ ଜନସଂଖ୍ୟା ବୃଦ୍ଧିର ମୂଳ କାରଣ ଅଟେ।

ଜନସଂଖ୍ୟା ବୃଦ୍ଧିର ପ୍ରତିକାର-
ମାନସିକ ଓ ସାମଜିକ ଜନସଚେତନତା ଜନସଂଖ୍ୟା ବୃଦ୍ଧିକୁ ପ୍ରତିରୋଧ କରିପାରିବ।ଉନ୍ନତ ଶିକ୍ଷା,ସାମାଜିକ ସଂସ୍କାର,ଅନ୍ଧବିଶ୍ବାସ ଦୂରକୁ ଜନସଖ୍ୟାର ବୃଦ୍ଧିକୁ ପ୍ରତିହତ କରିବା ପାଇଁ ଅମୋଘ ଅସ୍ତ୍ର ରୂପେ ବ୍ୟବହାର କରାଯାଇପାରିବ।ଜନ୍ମନିୟନ୍ତ୍ରଣ ଦ୍ବାରା ଜନସଂଖ୍ୟା ବୃଦ୍ଧିକୁ ରୋକାଯାଇପାରିବ ଓ ଏଥିନିମନ୍ତେ ଜନସଚେତନତାର ଆବଶ୍ଯକତା ରହିଛି।ସରକାରଙ୍କ ଦ୍ବାରା ପ୍ରଚଳିତ "ଛୋଟ ପରିବାର ସୁଖି ପରିବାର","ବେଟି ବଚାଓ ବେଟି ପଢାଓ"ଯୋଜନା ଗୁଡିକର ମଧ୍ୟ ସଫଳ ରୂପାୟନର ଆବଶ୍ଯକ ରହିଛି।ଜନସଂଖ୍ୟା ଅାଇନ୍ କାର୍ଯ୍ୟକାରୀ ହେବା ସହିତ ଗଣମାଧ୍ୟମ ମୁଖ୍ୟତଃ ସମ୍ବାଦପତ୍ର ଓ ଟେଲିଭିଜନ୍ ମାଧ୍ୟମରେ ଏହାର ବହୁଳ ପ୍ରଚାର ପ୍ରସାର ହେବା ଉଚିତ୍।ସାମାଜିକ ମାଧ୍ୟମ (ସୋସିଆଲ୍ ମିଡିଆ)ଦ୍ବାରା ସଚେତନତା ସୃଷ୍ଟି ଆମ୍ଭମାନଙ୍କର କର୍ତ୍ତବ୍ଯ ଅଟେ।

No comments:

Post a Comment